ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର: ଜମିଲାଣି ଲୋକଙ୍କ ପ୍ରବଳ ଭିଡ । ଦିନ ୧୧ଟାରୁ ଶୁଣାଣି ।  

324

କନକ ବ୍ୟୁରୋ: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ନିୟମିତ ଚାଲିବ ଅଭିଯୋଗର ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ । ତେବେ ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି :

– ପ୍ରତି ସୋମବାର ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ

– ସକାଳ ୯ଟାରୁ ୧୨ଟା ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିବାକୁ ହେବ

www.janasunani.odisha.gov.in ରେ ପଞ୍ଜିକରଣ କରିହେବ

– ୱେବସାଇଟରେ ପ୍ରଥମେ ନିଜ ପୂରା ନାଁ ଓ ମୋବାଇଲ ନମ୍ବର ଦେବାକୁ ହେବ

– ଏହା ସହ ଏକ ପାସୱାର୍ଡ ଦେଇ ସାଇନ୍ ଅପ୍ କରିବାକ ହେବ

– ଏହା ପରେ ଲଗଇନ୍ କରି ଅଭିଯୋଗ ପଞ୍ଜିକରଣ କରିବାକୁ ପଡ଼ିବ

– ୬୩୭୦୯୫୧୯୩୦ ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ କରି ପଞ୍ଜିକରଣ କରିହେବ

– ଇ-ମେଲ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରାଯାଇପାରିବ

– ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଆରମ୍ଭ କରିବେ

– ସମ୍ମିଳନୀ କକ୍ଷରେ ଏକକାଳୀନ ୩୦ ଜଣ ଲୋକ ବସିପାରିବେ

– ଅନ୍ୟ ସମସ୍ତଙ୍କର ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି