ଭଂଜନଗର ବାହାଡ଼ାପଦର ଟିକାକରଣ କେନ୍ଦ୍ରରେ ଅସମ୍ଭବ ଭିଡ଼ : ଖରା ଯୋଗୁଁ ଧାଡ଼ିରେ ଜୋତା ରଖି ଛାଇରେ ଜଗି ରହିଲେ ହିତାଧିକାରୀ

ହିତାଧିକାରୀଙ୍କୁ ଦେବା ପାଇଁ ଆସିଛି ୧୮୦ ଡୋଜ ଟିକା ; ହେଲେ ଟିକା କେନ୍ଦ୍ର ବାହାରେ ଶହ ଶହ ଲୋକଙ୍କ ଭିଡ

68

କନକ ବ୍ୟୁରୋ : ଗୋଟେ ପଟେ ଦେଶରେ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରେ ଟିକା ପାଇଁ ଲୋକ ଲଗାଉଛନ୍ତି ଲମ୍ବା ଲାଇନ । ଟିକା ନମିଳିବାରୁ ଟିକା କେନ୍ଦ୍ର ବାହାରେ ଲୋକଙ୍କ ହୋହାଲା । ଆପଣ ଦେଖିଥିବା ଚିତ୍ର ହେଉଛି ଭଂଜନଗର ବାହାଡ଼ାପଦର ଟିକାକରଣ କେନ୍ଦ୍ରର । ପ୍ରଥମ ଡୋଜ ଟିକା ନେବା ପାଇଁ ଟିକାକେନ୍ଦ୍ର ବାହାରେ ଚପଲ ରଖି ଭୋରୁ ଭୋରୁ ଧାଡି ଲାଗିଛି ।

ପ୍ରବଳ ଖରା ହେଉଥିବାରୁ ନିଜ ଚପଲକୁ ଲାଇନରେ ରଖି ଟିକା ନେବା ପାଇଁ ଅପେକ୍ଷା କରିଛନ୍ତି ହଜାର ହଜାର ଲୋକ । ଲୋକଙ୍କ ମୁହଁରେ ମାସ୍କ ନଥିବା ବେଳେ ନାହିଁ ସାମାଜିକ ଦୂରତା । ସବୁଠାରୁ ବଡ଼ କଥା ହେଉଛି ଟିକା କେନ୍ଦ୍ରକୁ ଆସିଛି ୧୮୦ ଟିକା । ଟିକା ନେବା ଟିକା କେନ୍ଦ୍ର ବାହାରେ ଅପେକ୍ଷା କରିଛନ୍ତି ହଜାର ହଜାର ଲୋକ । ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଟିକାକେନ୍ଦ୍ର କର୍ମଚାରୀ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ଏତେ ଲୋକଙ୍କୁ କିପରି ଟିକା ଦିଆଯିବ ସେନେଇ ପଚାରିଛନ୍ତି । ଘଟଣା ସ୍ଥଳରେ ହୋହାଲା ଲାଗି ରହିଛି ।