ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏଭଳି ଏକ ଫଟୋ ସେୟାର୍ ହେଉଛି ଯାହାକୁ ଦେଖି ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଘଟଣାଟି ନଭେମ୍ବର ୨୯ ତାରିଖ ୨୦୧୮ ର ହୋଇଥିଲେ ହେଁ ବର୍ତ୍ତମାନ ଏହା ସୋସିଆଲ୍ ମିଡିଆ ସାମ୍ନାକୁ ଆସିଛି ଏବଂ ଖୁବ୍ ଭାଇରାଲ୍ ହେଉଛି । ଘଟଣାଟି ହେଉଛି ରାଞ୍ଚୀ ରିମ୍ସ ହସ୍ପିଟାଲର । ଜଣେ ଅଜ୍ଞାତ ଯୁବକଙ୍କ ମୃତ୍ୟୁ ହେବା ଫଳରେ ଶବ ବ୍ୟବଚ୍ଛେଦ ପାଇଁ ରାଞ୍ଚୀ ପୋଲିସ୍ ରିମ୍ସ ହସ୍ପିଟାଲକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ କୋଠରୀ ଆଗରେ ଦୀର୍ଘ ସମୟ ଧରି ଶବ ପଡି ରହିଥିବା ସତ୍ତେ୍ୱ କେହି ଜଣେ ଶବ ଉପରେ କପଡା ଘୋଡାଇ ନଥିଲେ ।
ହସ୍ପିଟାଲ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନତା ଯୋଗୁଁ ଶବ ଆଖପାଖରେ କାଉ ବୁଲୁଥିବା ଦେଖାଦେଇଥିଲା ଏବଂ ଏହି କାଉ ପରେ ଶବକୁ ଝୁଣୁଥିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖାଦେଇଥିଲା । ଏହି ମାମଲାରେ ଏବେ ପୋଲିସ୍ ହସ୍ପିଟାଲକୁ ଦୋଷ ଦେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ୍ କୁ ଦୋଷ ଦେଇଛନ୍ତି । ଏଭଳି ଅବସ୍ଥାରେ ଶବ ୧ ଘଣ୍ଟା ପର୍ଯ୍ୟନ୍ତ କାଉଙ୍କ ହାବୁଡରେ ପଡିରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/CROW.jpg)
/kanak/media/post_attachments/wp-content/uploads/2018/12/rims_3767066-m-300x197.png)