ପୁଣି ଚର୍ଚ୍ଚାରେ ସୀମାପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ପ୍ରେମିକ ନାଁରେ କଲେ ଲିଖିତ ଅଭିଯୋଗ ।

277

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୀମା ପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ସେ ତାଙ୍କ ପ୍ରେମିକ ନାଁରେ ଅଭିଯୋଗ କରିଛନ୍ତି । ଲଖିତ ଅଭିଯୋଗ ପରେ ମାମଲା ରୁଜୁ କରିଛି କମର୍ଦ୍ଦା ପୋଲିସ । କିଛି ଦିନ ତଳେ ଯୁବତୀ ଜଣଙ୍କ ବାଂଲାଦେଶରୁ ବାଲେଶ୍ୱର ଆସିଥିଲେ । କମର୍ଦ୍ଦା ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସେ ବିବାହ କରିଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ବର୍ଷର ସମ୍ପର୍କ ରହିଥିଲା । ଏବେ ବିରେନ୍ଦ୍ର ଆଉ ଜଣଙ୍କୁ ବିବାହ କରିବା ପରେ ବାଂଲାଦେଶୀ ଯୁବତୀ ରୁମା ମ୍ୟାରିଆମ୍ ବାଂଲାଦେଶରୁ ବାଲେଶ୍ୱରରେ ପହଞ୍ଚିିଥିଲେ । ହେଲେ ବିରେନ୍ଦ୍ର ପ୍ରତାପ ଧରାଛୁଆଁ ଦେଉନାହାନ୍ତି । ସେ ଦୀଘାର ପାୱାର ହାଉସ୍ରେ ଚାକିରି କରୁଥିଲେ ।