ନିର୍ବାଚନ ପୂର୍ବରୁ ଧରାପଡିଲାଣି କୋଟି କୋଟି ଟଙ୍କା: ପ୍ରତ୍ୟେକ ଦିନ ଶହେ କୋଟିରୁ ଅଧିକ ଟଙ୍କା ଜବତ ହେଉଥିବା ସୂଚନା ଦେଲେ ନିର୍ବାଚନ କମିଶନ୍

179

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଧରା ପଡିଲାଣି କୋଟି କୋଟି ଟଙ୍କା । ପ୍ରତ୍ୟେକ ଦିନ ଶହେ କୋଟି ଟଙ୍କା ଜବତ ହେଉଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ୍ । କେବଳ ସେତିକି ନୁହେଁ ମାର୍ଚ୍ଚ ୧ ତାରିଖରୁ ବର୍ତମାନ ସୁଦ୍ଧା ୪ହଜାର ୬୫୦ କୋଟି ଜବତ କରାଯାଇଥିବା ନିର୍ବାଚନ କମିଶନ୍ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ ଧନବଳର ପ୍ରଭାବ ରୋକିବାକୁ ମାର୍ଚ୍ଚ ୧ ତାରିଖରୁ ଚଢାଉ ଜାରି ରହିଛି । ପ୍ରତିଦିନ ୧୦୦ କୋଟିରୁ ଅଧିକ ଟଙ୍କା ଜବତ ବି ହେଉଛି । ପ୍ରବର୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାର୍ଡ, ଷ୍ଟାଟିଷ୍ଟିକ୍ ସର୍ଭେଲାନ୍ସ ଟିମ୍ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି । ପ୍ରତି ଚେକ୍ ପୋଷ୍ଟରେ ଚେକିଂ ହେଉଛି । ତେବେ ୪୪ ଦିନରେ ୪୬କୋଟିରୁ ଅଧିକ ଟଙ୍କା ଜବତ ହେବା ୨୦୧୯ ନିର୍ବାଚନବେଳେ ଜବତ ହୋଇଥିବା ଟଙ୍କା ଠାରୁ ଢେର ଅଧିକ ବୋଲି ନିର୍ବାଚନ କମିଶନ୍ କହିଛନ୍ତି ।