କନକ ବ୍ୟୁରୋ : ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ଏଷ୍ଟିମେଟ୍ ବିଭାଗର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଭିଜିଲାନ୍ସ ଚଢାଉ ପରେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତି ଠାବ ହୋଇଛି । ଏପର୍ଯ୍ୟନ୍ତ ୧୫ କୋଟି ଟଙ୍କାର ବେଆଇନ ସଂପତି ଠାବ ହୋଇଥିବାବେଳେ ୨ଟି ଓଡିଆ ଫିଲ୍ମରେ ଲକ୍ଷାଧିକ ଟଙ୍କା ଲଗାଇଥିବା ଜଣାପଡିଛି । ଏହି କୁବେର ବାବୁଙ୍କ ଆଉକେତେ କଳା ଟଙ୍କା ରହିଛି, ତାର ଖୋଳତାଡ ମଧ୍ୟ ଚାଲିଛି । ତେବେ ବଡକଥା ହେଉଛି ଚାକିରିରୁ ନିଲମ୍ବିତ ଓ ବାରମ୍ବାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସତ୍ୱେ ପ୍ରତାପ କେମିତି ନିଜର ପ୍ରଭାବ ବିସ୍ତାର କଲେ । କିଏ ତାଙ୍କୁ ଏଥିପାଇଁ ସୁରକ୍ଷା ଦେଉଥିଲେ ଏବେ ତାହା ହିଁ ସବିଠାରୁ ବଡ ପ୍ରଶ୍ନ ।

Advertisment

- ପ୍ରତାପ ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ନିମ୍ନମାନର ବିଶ୍ରାମଗୃହ ଓ ଶୌଚାଳୟ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା
- ନିମ୍ନ ମାନର କାମ ପାଇଁ କର୍ତବ୍ୟରେ ଅବହେଳା ଅଭିଯୋଗରେ ୨୦୦୧ ଜାନୁଆରୀ ୧୬ ତାରିଖରେ ପ୍ରତାପଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା
- ୨୦୧୬ରେ ଜାମୁଝରି କାରାଗାର ଏକାଡେମୀ ଛାତ୍ରୀନିବାସର ଦ୍ୱିତୀୟ ମହଲାକୁ ବେଆଇନ ଭାବେ ନିର୍ମାଣ କରିଥିଲେ ପ୍ରତାପ ସାମଲ
- ସରକାରଙ୍କୁ ୧ କୋଟି ୯୩ ଲକ୍ଷ ଟଙ୍କା କ୍ଷତି ପହଂଚାଇଥିବାରୁ ତାଙ୍କ ବିରୋଧରେ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ
- ୨୦୧୭ ଜୁଲାଇ ୧୨ ତାରିଖରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏହି ଦୁର୍ନୀତି ସଂପର୍କରେ ଅବଗତ କରାଯାଇଥିଲା
- ପ୍ରତାପ ବଲାଙ୍ଗୀରରେ ଡେପୁଟି ମ୍ୟାନେଜର ଥିବାବେଳେ ନୟାଗଡ ଜିଲ୍ଲା ଖଣ୍ଡପଡାକୁ ଅଧିକ ନିର୍ମାଣ ସାମଗ୍ରୀ ଦେଇଥିଲେ
- ଏଥିପାଇଁ ୨୦୧୭ ଜୁନ୍ ୨୧ ତାରିଖରେ ପ୍ରତାପଙ୍କଠାରୁ ୨୪ ହଜାର ୮୬୦ ଟଙ୍କା ଆଦାୟ କରାଯାଇଥିଲା
- ଭୁବନେଶ୍ୱରରେ ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଥିବାବେଳେ ମୁଖ୍ୟ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୨୦୦୬ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା