କୋଟିପତି ଭିକାରିଙ୍କ ସୌକିନ୍ ଲାଇଫଷ୍ଟାଇଲ୍ । ଆଲିସାନ୍ ବଙ୍ଗଳାରେ ରୁହନ୍ତି… ଦାମୀ ପୋଷାକ ପିନ୍ଧନ୍ତି

379

ଭିକ ମାଗି କିଏ କୋଟିପତି ହେବା କଥା ଶୁଣିଛନ୍ତି କି, ଦେଶରେ ଏମିତି ଭିକାରି ଅଛନ୍ତି ଯେଉଁମାନେ ଭିକ ମାଗି ବେଶ ବିଳାଶବେଶନରେ ଦିନ କାଟୁଛନ୍ତି । ମୁମ୍ବାଇରେ ଭିକାରିଙ୍କ ସ˚ଖ୍ୟା ତିନି ଲକ୍ଷରୁ ଅଧିକ ଏବ˚ ସେମାନଙ୍କର ବାର୍ଷିକ ଆୟ ଶତାଧିକ କୋଟି ଟଙ୍କା। ଏଠାରେ ଅଛନ୍ତି ବହୁ ଶ୍ରେଣୀର ଭିକାରି। କେବଳ ଭିକ୍ଷାବୃତ୍ତିରୁ ଅଧିକା˚ଶଙ୍କର ମାସିକ ଆୟ ଅନ୍ୟୂନ କୋଡ଼ିଏ ହଜାର। ସେମାନଙ୍କ ପାଇଁ ଭିକ୍ଷାବୃତ୍ତି ହେଉଛି, ଉପାର୍ଜନର ସର୍ବଶ୍ରେଷ୍ଠ ପନ୍ଥା। କେତେକ ଗ୍ୟାଙ୍ଗ୍‌ ଭିକାରିଙ୍କୁ ନିୟନ୍ତ୍ରିତ କରୁଛନ୍ତି। ପିଲାଙ୍କୁ ଶିଖାଇ, ତାଲିମ ଦେଇ, ଭିକାରିରେ ପରିଣତ କରୁଛନ୍ତି। କିଛି ଉଚ୍ଚ-ଶିକ୍ଷିତ ମଧୢ ସହଜ ରୋଜଗାର ପାଇଁ ଏହି ବୃତ୍ତିରେ ସାମିଲ ହୋଇଛନ୍ତି। ମୁମ୍ବାଇର ଭିକାରି ଦଳଙ୍କ ଚେର ଏ ଭଳି ବିସ୍ତାରିତ ଯେ, ଦମନ କରିବା ଅସମ୍ଭବ ବ୍ୟାପାର। ତିନି ଜଣ କୋଟିପତି ଭିକାରିଙ୍କ ସ˚ପର୍କରେ ଜାଣନ୍ତୁ।

ମାସୁ ଓରଫ ମଲାନା : ବୟସ ସତୁରି ବର୍ଷ। ତାଙ୍କର ଦୈନିକ ଆୟ ହଜାରେରୁ ପନ୍ଦର ଶହ ଟଙ୍କା। ପଶ୍ଚିମ ଅ˚ଧେରୀ ଅନ୍ତର୍ଗତ ଆ˚ବୋଲୀରେ ଏକ ଦୁଇ ମହଲା କୋଠାରେ ରହୁଥିବା ମାସୁ, ସନ୍ଧ୍ୟା ପରେ, ମଳି-ଧୂଳି ଲାଗି ନ ଥିବା ମୂଲ୍ୟବାନ ପୋଷାକ ପିନ୍ଧି, ଅଟୋରେ ଭିକ ମାଗିବାକୁ ବାହାରନ୍ତି। ‘ଆଡ୍‌ ଲାବ୍‌’ ନିକଟରେ ଅଟୋରୁ ଓହ୍ଲାଇ, ପୋଷାକ ବଦଳାଇ, ଛିଣ୍ତା ପିନ୍ଧି, ଭିକାରି ବେଶ ଧାରଣ କରନ୍ତି। ତାହା ପରେ ଲୋଖ˚ଡ଼ଵାଲାର ରାତ୍ରିକାଳୀନ ଆସର ଜମୁଥିବା ମହଙ୍ଗା ରେସ୍ତୋରାଁଗୁଡ଼ିକ ଆଗରେ ରାତି ତିନିଟା ଯାଏ ଘୂରିବୁଲନ୍ତି। ଘରକୁ ଫେରନ୍ତି ଅଟୋରେ। ପୋଷାକ ବଦଳାନ୍ତି ‘ୟଶ ରାଜ ଷ୍ଟୁଡିଓ’ ପାଖରେ। ଦୁଇଟି କୋଠା ଛଡ଼ା ତାଙ୍କର ଅଛି ପ୍ରାୟ ପଚାଶ ଲକ୍ଷ ଟଙ୍କାର ଅସ୍ଥାବର ସ˚ପତ୍ତି। ମାସୁଙ୍କର ଦୁଇ ପୁଅ। ଜଣେ ଝାଡ଼ୁ ବିକେ; ଅନ୍ୟ ଜଣକ ଅ˚ଧେରୀ ରେଳ ଷ୍ଟେସନ୍‌ ଅଞ୍ଚଳରେ ବଦମାସି କରେ।

କୃଷ୍ଣ କୁମାର ଗୀତେ : ବୟସ ତେପନ। ତାଙ୍କର ଦୈନିକ ଆୟ ହଜାରେରୁ ଦୁଇ ହଜାର ଟଙ୍କା। ଚର୍ନୀ ରୋଡ୍‌ ଅଞ୍ଚଳରେ ସକାଳୁ ସନ୍ଧ୍ୟା ଘୂରି-ବୁଲି ଭିକ୍ଷା ମାଗିବା ଏହାଙ୍କ କାମ। ନାଲା ସୋପାରାରେ ତାଙ୍କର ବିଶାଳ ପ୍ରାସାଦ ଅଛି। ଭାଇ, ଭାଇ-ବୋହୂ ଓ ପୁତୁରା-ଝିଆରୀଙ୍କ ସହ ରହନ୍ତି। ଘରକୁ ଫେରିଲେ, ଦିନର ରୋଜଗାର ଭାଇ ହାତରେ ଧରେଇ, ଦାମିକା ମଦ ପିଇ ଗଡ଼ନ୍ତି। ସେ ପିଅନ୍ତି, କେବଳ ‘ଜ୍ୟାକ୍‌ ଡାନିଏଲ୍‌’, ଯାହାର ବୋତଲ ପ୍ରତି ମୂଲ୍ୟ ପାଞ୍ଚ ହଜାରରୁ ଅଧିକ।

ଭାରତ ଜୈନ : ବୟସ ପଚାଶ ଉପରେ ଏବ˚ ଦୈନିକ ଆୟ ଦୁଇ ହଜାରରୁ ପଚିଶ ଶହ ଟଙ୍କା। ଭାରତ ଉଚ୍ଚ-ଶିକ୍ଷିତ। ସ୍ପଷ୍ଟ ଇ˚ଲିସ୍‌ କହନ୍ତି। ଘର ପରଲରେ। ପାରିବାରିକ ବ୍ୟବସାୟ ରହିଛି। ସେଥିରୁ ପର୍ଯ୍ୟାପ୍ତ ଆୟ ହୁଏ। ଅଭାବ ଆଦୌ ନାହିଁ। କିନ୍ତୁ, ଗଲା ତିରିଶ ବର୍ଷ ହେଲା ଆଜାଦ ମୈଦାନ ଏବ˚ ଛତ୍ରପତି ଶିବାଜୀ ଟର୍ମିନସ୍‌ ଅଞ୍ଚଳରେ ଭିକ ମାଗିଆସିଲେଣି। ତାଙ୍କର ଦୁଇ ପୁଅ। ଦୁହେଁ ଇ˚ଲିସ୍‌ ମାଧୢମ ବିଦ୍ୟାଳୟରେ ପଢ଼ିଛନ୍ତି। ଘରେ ଯେତେ ମନାକଲେ ବି ଭାରତ ନିଜର ଘୃଣ୍ୟ ଧନ୍ଦା ଛାଡ଼ିପାରୁନାହାନ୍ତି। ତାଙ୍କର ମୋଟ ସ˚ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ।