ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ଉଜାଡି ଦେଲା ମୁଗ ଚାଷ, ଅମଳ ବେଳେ ଡାଳୁଅ ଧାନକୁ ଭିଜେଇ ଦେଲା ବର୍ଷା ।

366

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଂଚଳରେ ଅଦିନିଆ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପରେ ମୁଗ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ବର୍ଷାରେ ଭିଜି ଯାଇଛି ଚାଷୀର ଫସଲ । କୋକସରା ବ୍ଲକରେ ଉଜୁଡି ଯାଇଛି ମୁଗ ଚାଷ । କେତେକ ସ୍ଥାନରେ ଅମଳକ୍ଷମ ମୁଗ ଓଦା ହୋଇ ଯାଇଛି ତ କେତେକ ସ୍ଥାନରେ ଗଛରେ ଫୁଲ ଫଳ ଧରୁଥିବା ବେଳେ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି । କୃଷି ବିଭାଗର ସୂଚନା ଅନୁସାରେ, ଚଳିତବର୍ଷ କୋକସରା ବ୍ଲକର ୧୮୦୦ ହେକ୍ଟର ଜମିରେ ମୁଗ ଚାଷ ହୋଇଛି । ବ୍ଲକର ଡାଳଗୁମା ପଂଚାୟତରେ ୫୦ ହେକ୍ଟର, କାଉଡୋଳା ପଂଚାୟତରେ ୫୦ ହେକ୍ଟର, କନ୍ଦାବୁଟୁରା ଓ ଫୁଫଗାଁ ପଂଚାୟତରେ ୫୦ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ପ୍ରଶାସନ ବିହନ ଯୋଗାଇ ଦେଇଥିଲା । ହେଲେ ଏବେ ମୁଗ ଅମଳ ସମୟରେ ଅଦିନିଆ ବର୍ଷା ଚାଷ ଉଜାଡି ଦେବା ସହ ଚାଷୀଙ୍କ ପାଇଁ କାଳ ହୋଇଛି ।

କୋକସରା ବ୍ଳକ ଏକ ଅଣ ଜଳସେଚିତ ଅଂଚଳ ହୋଇଥିବାରୁ କିଛି ପଂଚାୟତର କିଛି ଚାଷୀ ଡାଳୁଅ •ଷ କରିଥାନ୍ତି । ହେଲେ ଧାନ ଅମଳ ବେଳେ ବର୍ଷା ଯୋଗୁଁ ଚାଷୀଙ୍କ ଅବସ୍ଥା କହିଲେ ନସରେ । ବର୍ଷାରେ ଫସଲ ନଷ୍ଟ ହେବା ପରେ ଚାଷୀ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ କ୍ଷତିଗ୍ରସ୍ତ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ ପ୍ରତିଶ୍ରୁତି ଦେଇଥିବା ଚାଷୀ କହିଛନ୍ତି ।

ଚଳିତବର୍ଷ କୋକସରା ବ୍ଲକର •ଷୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ବାରଦୁଆର ବୁଲିଥିବା ବେଳେ ଏବେ ଅଦିନିଆ ବର୍ଷା ରବି ଫସଲକୁ ଛଡାଇ ନେବାକୁ ବସିଛି ।