ସୁନାର ଫସଲକୁ ନଷ୍ଟ କଲା ପୋକ ! ନୂଆପଡାର ସିନାପାଲ୍ଲୀ ଅଞ୍ଚଳରେ ଚକଡା ପୋକ ଆତଙ୍କ , ଏକର ଏକର ଜମିରେ ଫସଲ ନଷ୍ଟ, ଫସଲ ପୋଡିଲେ ଚାଷୀ

176

ନୂଆପଡାରେ ଏ ବର୍ଷ ସୁନାର ଫସଲକୁ ନଷ୍ଟ କରିଦେଇଛି ଚକଡା ପୋକ । ଜିଲ୍ଲାର ସିନାପାଲି , କୋମନା ବ୍ଲକର ଶହ ଶହ ଏକର ଚାଷଜମିକୁ କବଜା କରିନେଇଛି ପୋକ । ଆଉ ଏହି ଫସଲକୁ ଫୋଡିଦେଇଛନ୍ତି ଚାଷୀ । ଏ ବର୍ଷ ଝାଳବୁହା ପରିଶ୍ରମ କରି ଚାଷୀ ଧାନଚାଷ କରିଥିଲେ । କିନ୍ତୁ ଚକଡା ପୋକ ଚାଷକୁ ନଷ୍ଟ କରିଦେବା ପରେ ଋଣ କେମିତି ସୁଝା ହେବ ସେ ନେଇ ଚିନ୍ତାରେ ଅଛନ୍ତି ଚାଷୀ ।

ଚକଡା ରୋଗ ପ୍ରଭାବିତ ଧାନ ଫସଲକୁ ବାରମ୍ବାର କୀଟନାଶକ ଔଷଧ ସିଞ୍ଚନ କଲାପରେ ବି କିଛି କାମ କରିନଥିଲା । ବିଶେଷକରି ସିନାପାଲ୍ଲୀ ବ୍ଲକର ମାଲପଡା ଓ ଗୋବିନ୍ଦପୁର ଗାଁର ଚାଷ ଜମି ଉପରେ ଏହାର ଅଧିକ ପ୍ରଭାବ ପଡିଥିଲା । ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ପରେ ନିରାଶ ହୋଇ ଫସଲକୁ ପୋଡିଛନ୍ତି ଲୋକେ ।