ଲଗାଣ ବର୍ଷାରେ ଉଡୁଡିଗଲା କ୍ଷେତ । ଚିନ୍ତାରେ ନିମାପଡା ଚାଷୀ

41

କନକ ବ୍ୟୁରୋ : ଲଘୁଚାପ ବର୍ଷା ପ୍ରଭାବରେ ନିମାପଡା  ବ୍ଲକର ହଜାର ହଜାର  ହେକ୍ଟର ଧାନ ଓ ପନିପରିବା ଫସଲ ଉଜୁଡିଯାଇଛି । ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଲରେ ଧାନଗଛ ସବୁ ଶୋଇପଡିଛି । ପନିପରିବା ଫସଲ ବି ନଷ୍ଟ ହୋଇଯାଇଛି । ଧାନଫସଲ ଉଜୁଡିଯାଇଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ ।  ଧାନ ଏବେ ଆଉ ଅମଳ ଅବସ୍ଥାରେ ନାହିଁ ।

ଚଳିତବର୍ଷ ନିମାପଡା ବ୍ଲକରେ ମୋଟ ୨୨ ହଜାର ହେକ୍ଟର ଚାଷ ଜମି ରହିଛି  । ଏ ବର୍ଷ ପ୍ରାୟ ୧୫ -୧୬ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା ।  ତେବେ ଲଗାଣ ବର୍ଷା ପ୍ରଭାବରେ  କେତେ ପରିମାଣର  କ୍ଷତି ହୋଇଛି ତାର ସଠିକ ଆକଳନ କରାଯାଇନାହିଁ ।