କନକ ବ୍ୟୁରୋ : ଲଘୁଚାପ ବର୍ଷା ପ୍ରଭାବରେ ନିମାପଡା ବ୍ଲକର ହଜାର ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ଉଜୁଡିଯାଇଛି । ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଲରେ ଧାନଗଛ ସବୁ ଶୋଇପଡିଛି । ପନିପରିବା ଫସଲ ବି ନଷ୍ଟ ହୋଇଯାଇଛି । ଧାନଫସଲ ଉଜୁଡିଯାଇଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ । ଧାନ ଏବେ ଆଉ ଅମଳ ଅବସ୍ଥାରେ ନାହିଁ ।
ଚଳିତବର୍ଷ ନିମାପଡା ବ୍ଲକରେ ମୋଟ ୨୨ ହଜାର ହେକ୍ଟର ଚାଷ ଜମି ରହିଛି । ଏ ବର୍ଷ ପ୍ରାୟ ୧୫ -୧୬ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ତେବେ ଲଗାଣ ବର୍ଷା ପ୍ରଭାବରେ କେତେ ପରିମାଣର କ୍ଷତି ହୋଇଛି ତାର ସଠିକ ଆକଳନ କରାଯାଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-23-at-9.38.42-AM.png)