ପାଣି ଅଭାବରୁ ଚାଷ ନଷ୍ଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲେ ବିଭାଗୀୟ ଅଧିକାରୀ

114

କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବଡଅଁଳ ପଞ୍ଚାୟତରେ ପାଣି ଅଭାବରୁ ଚାଷ ନଷ୍ଟ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ପହଞ୍ଚିଲେ ବିଭାଗୀୟ ଅଧିକାରୀ । କୃଷି ବିଭାଗର ଦୁଇ ଜଣିଆ ଟିମ୍ ପହଞ୍ଚି ଚାଷ ଜମି ବୁଲି ଦେଖିଛନ୍ତି । ଚାଷୀଙ୍କ ସହ ମିଶି ପାଖାପାଖି ୫ ଏକର ଜମି ବୁଲି ଦେଖିଛନ୍ତି ।

ପୋଡି ଯାଇଥିବା ଧାନ ଫସଲକୁ ଦେଖିଛନ୍ତି କୃଷି ଅଧିକାରୀ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ଋଣ କରି ଚଳିତ ବର୍ଷ ଦୁଇ ହଜାର ହେକ୍ଟର ଚାଷ ଜମିରେ ଚାଷ କରିଥିଲା ଚାଷୀ । ହେଲେ ପାଣି ଅଭାବରୁ ଧାନ ବିଲ ପୋଡି ନଷ୍ଟ ହୋଇଯାଇଛି । କିପରି ଋଣ ସୁଝିବେ ସେନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।