କନକ ବ୍ୟୁରୋ: ନିଅଂଟିଆ ବର୍ଷା ଯୋଗୁଁ ଉଜୁଡ଼ି ଗଲା ଧାନ ଫସଲ । କେଉଁଠି ଚାଷ ଜମି ଫାଟି ଆଁ କରିଛି ତ ପୁଣି କେଉଁଠି ପାଣି ଅଭାବରୁ ଖରାରେ ପୋଡ଼ି ଜଳିଗଲାଣି ଧାନ ଗଛ । ରୁଣ କରି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି । କେମିତି ସୁଝିବ ରୁଣ ଏବଂ କିପରି ପରିବାର ପ୍ରତିପୋଷଣ କରିବ ଚାଷୀ ସେନେଇ ମୁଣ୍ଡରେ ହାତ ଦେଇ ବସିଛି । ଫସଲ ଉଜୁଡ଼ିଯିବାରୁ ଶେଷରେ ଚାଷ ଜମିରେ ଗାଇ ଗୋରୁ ଛାଡ଼ି ଦେଇଛି ଚାଷୀ । ଗଜପତି ଜିଲ୍ଲା ମୋହନା ବ୍ଳକରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ହେଲେ ଚଳିତ ବର୍ଷ ନିଅଂଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି ।