ବର୍ଷା ଅଭାବରୁୁ ଧାନ ଫସଲ ନଷ୍ଟ: ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ

115

କନକ ବ୍ୟୁରୋ: ବର୍ଷା ଅଭାବରୁୁ ଧାନ ଫସଲ ନଷ୍ଟ । ମରୁଡ଼ି ଦାବିରେ ଗଂଜାମ ଚାଷୀ ପ୍ରତିବାଦ କରିଛନ୍ତି । ଜିଲ୍ଲାର ଚିକିଟି, ପାତ୍ରପୁର ଓ ଦିଗପହଣ୍ଡିରେ ଶହ ଶହ ଚାଷୀ ଆନ୍ଦୋଳନ କରିଛନ୍ତି । ସରଜମିନ ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ବର୍ଷା ଅଭାବରୁ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ତେଣୁ ଏହାକୁ ଗୁରୁତର ସହ ନେଇ କୃଷି ବିଭାଗ ଓ ରାଜସ୍ୱ ବିଭାଗ ଦ୍ୱାରା ସରଜମିନ ତଦନ୍ତ କରାଯାଇ ସଠିକ୍ ଭାବରେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ପ୍ରତିବାଦ କରିଛନ୍ତି । ସେହିପରି ଦିଗପହଣ୍ଡି ବ୍ଲକ ଅଫିସ ଆଗରେ ମଧ୍ୟ ସମାନ ଢଙ୍ଗରେ ପ୍ରତିବଦ କରିଛନ୍ତି ଶହ ଶହ ଚାଷୀ ।