କନକ ବ୍ୟୁରୋ: ପାଣିରେ ଭାସୁଛି ଚାଷୀଙ୍କ ବର୍ଷ କର ଆହାର । ଚିନ୍ତାରେ ଚାଷୀ କୁଳ। ଲଗାଣ ବର୍ଷାରେ ଜମିରେ ଚାଲୁଛି ଆଣ୍ଠିଏ ବହଳର ପାଣି। ଏପରି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ଏବେ ଖୋର୍ଦ୍ଧା ଜିଲାରେ।
ଆଉ ଦିନ କେଇଟା ପରେ ଜମିରୁ କଟା ହୋଇ ଖଳାକୁ ଆସିଥାନ୍ତା ପାଚିଲା ଧାନ । ହେଲେ ଏତିକି ବେଳେ ଦାଉ ସାଧିଲା ଲଘୁଚାପ ଜମିର ଅଦିନିଆ ଲଗାଣ ବର୍ଷା । ବର୍ଷା ଯୋଗୁଁ ଜମିରେ ଏବେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି । କେତେକ ସ୍ଥାନରେ ଧାନ ଗଛ ପାଣିରେ ପଡି ଯିବାରୁ ଧାନ ସବୁ ଗଜା ହୋଇଗଲାଣି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଷୀଙ୍କ ଦୁର୍ଦଶାକୁ ଦ୍ୱିଗୁଣିତ କରିଛି ବର୍ଷା ।
ବର୍ଷା ଆଗରୁ ଧାନରେ ଚକଡା ପୋକ ଲାଗି ଚାଷୀଙ୍କ ନିଦ ହଜେଇ ଦେଇଥିଲେ । ଚାଷୀ କୀଟନାଷକ ସିଂଚନ କରି ଧାନକୁ ବଂଚେଇ ରଖିବା ପାଇଁ ଚେଷ୍ଟା କରୁଥିଲେ । ଆଉ ଏକିତି ବେଳେ ଲଗାଣ ବର୍ଷା ଯୋଗୁଁ ଏ ବର୍ଷ ଧାନ ଅମଳର ଆଶା ଛାଡି ଦେଇଛନ୍ତି ଚାଷୀ । କୃଷି ବିଭାଗ ପ୍ରଭାବିତ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/5-27.jpg)