କନକ ବ୍ୟୁରୋ: ଚାଷୀଙ୍କୁ କାଳ ହେଲା ଲଘୁଚାପ ଲଗାଣ ବର୍ଷା । ଖଳାକୁ ଆସିବା ଆଗରୁ ଉଜୁଡି ଗଲା ଫସଲ । ଜମିରେ ଗଜା ହୋଇଗଲା ପାଚିଲା ଧାନ । ଶହଶହ ଏକର ଜମିରେ ଫସଲ ନଷ୍ଟ ହୋଇଯିବା ଦେଖି ଚିନ୍ତାରେ ସମ୍ବଲପୁର ଜମନକିରା ବ୍ଲକର ଚାଷୀ ।
ଆଉ ଦିନ କେଇଟା ପରେ ଫସଲ ଅମଳ କରିଥାନ୍ତେ ଚାଷୀ । ଖଳାକୁ ଆସିଥାନ୍ତା ପାଚିଲା ଧାନ । ହେଲେ ଲଘୁଚାପ ବର୍ଷା ଯୋଗୁଁ ଶହଶହ ହେକ୍ଟର ଜମିରେ ନଷ୍ଟ ହୋଇଯାଇଛି ପାଚିଲା ଧାନ । କେଉଁଠି ଧାନ ଗଛ ପାଣିରେ ଶୋଇ ରହିଛି ତ ଆଉ କେଉଁଠି ଗଛ ପଚିସଢି ଯିବା ପରେ କେଣ୍ଡାରେ ଧାନ ଗଜା ହୋଇଯାଇଛି । ଉଜୁଡା ଧାନ କ୍ଷେତକୁ ଦେଖି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗମ୍ଭାରୀମୁଂଡା ଗାଁର ଚାଷୀ ଚିନ୍ତାରେ ପଡିଛନ୍ତି ।
ଚାଷୀ ଚିନ୍ତା କରିଥିଲେ, ଧାନ ଅମଳ କରି ବର୍ଷର ଖାଦ୍ୟ ସଂଗ୍ରହ କରିବା ସହ ବଳକା ଧାନକୁ ବିକ୍ରି କରି ଧାର କରଜ ସୁଝିବେ । ହେଲେ ଚାଷୀର ଆଶାକୁ ଧୋଇ ନେଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ତେବେ ଫସଲ ନଷ୍ଟକୁ ନେଇ ବାରମ୍ବାର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କେହି ଶୁଣୁ ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/38-1.jpg)