କନକ ବ୍ୟୁରୋ: ନଦୀରୁ ବନ୍ୟା ପାଣି ସିନା କମିଛି ହେଲେ ଚାଷୀଙ୍କୁ ସର୍ବସାନ୍ତ କରିଦେଇଛି । ଚଳିତ ବର୍ଷ ବନ୍ୟା ପାଣି କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ମାଡିଯାଇ ଫସଲ ନଷ୍ଟ କରିଛି । ଜିଲ୍ଲାର ପନି ପରିବା ଉତ୍ପାଦନର ପେଣ୍ଠସ୍ଥଳି କୁହାଯାଉଥିବା ମାର୍ଶାଘାଈ ଏବଂ ଗରଦପୁର ବ୍ଲକରେ ପନି ପରିବା ଫସଲ ସହ ଧାନ ଫସଲର ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ମାର୍ଶାଘାଈ ବ୍ଲକର ବଛରେଇ , ବନ୍ଧକଟା , ମେହେନ୍ଦିନଗର , ଆୟତିପୁର, ଜଳପକ, ଆଖୁଆ ଦକ୍ଷୀଣି , ମଙ୍ଗରାଜପୁର ଏବଂ ବଟିରା ପଂଚାୟତ ସହିତ ଗରଦପୁର ପାଟକୁରା, ପଦ୍ମପୁର ପଂଚାୟତର ଚାଷି ମାନେ ନଦୀ ପଠାରେ ବ୍ୟାପକ ପରିମାଣରେ ପନି ପରିବା ଫସଲ ଚାଷ କରିଥାନ୍ତି ।

Advertisment

publive-image

କିନ୍ତୁ ଚଳିତ ବର୍ଷ ବନ୍ୟାରେ ନଦୀ ପଠାରେ ଚାଷ କରାଯାଇଥିବା ପନି ପରିବା ଫସଲ ସବୁ ନଷ୍ଟ ହୋଇଯାଇଛି । ଫଳରେ ଦିନେ ହାଟକୁ ବସ୍ତା ବସ୍ତା ପରିବା ନେଇ ବିକ୍ରି କରି ପରିବାର ଚଳାଉଥିବା ଚାଷୀ ଆଜି ମୁଣ୍ଡରେ ହାତ ଦେଇ ବସିଛି । ଅନ୍ୟପଟେ ନଦୀ ପଠାରେ ଚାଷ କରାଯାଇଥିବା ପରିବା ଫସଲ ବନ୍ୟା ପାଣିରେ ନଷ୍ଟ ହୋଇଯିବା ପରେ ଏହାର ସିଧା ପ୍ରାଭାବ ପଡିଛି ସ୍ଥାନୀୟ ବଜାର ଉପରେ । ସ୍ଥାନୀୟ ଅଂଚଳରେ ପନି ପରିବା ଉତ୍ପାଦନ ପୁରା ବନ୍ଦ ହୋଇଯିବା କରାଣରୁ ବ୍ୟବସାୟି ମାନଙ୍କୁ ବାହାରୁ ଆମଦାନି କରିବାକୁ ପଡୁଛି । ତେଣୁ ପରିବା ଦର ଉପର ମୁହାଁ ହୋଇଛି ।