କନକ ବ୍ୟୁରୋ: ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ୟା ଫୋନି । ସାମୁଦ୍ରିକ ଝଡ ମାଡରେ ଉଜୁଡି ଯାଇଛି ଚାଷବାସ । ପୁରୀ ଜିଲ୍ଲା କଣାସ ବ୍ଲକର ହେକ୍ଟର ହେକ୍ଟର ଜମିରେ ଆଜି ବି ଜମି ରହିଛି ବର୍ଷା ପାଣି । ଫଳରେ ଗଜା ହୋଇ ଯାଇଛି ଅମଳକ୍ଷମ ପାଚିଲା ଧାନ ।
ଚାଷୀ ମୁଣ୍ଡରେ ଫୋନି ଚଡକ । ଜମିରେ ଗଜା ହେଲା ପାଚିଲା ଧାନ । ପୁଣି ଚାଷୀକୁ ପ୍ରକୃତିର ପ୍ରହାର । ପାଣିରେ ଶୋଇଥିବା ଧାନଗଛକୁ କାଟି ହିଡରେ ରଖୁଛି ଚାଷୀ । ଫୋନି ଉଜାଡି ଦେଇଛି ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ଫସଲ । ପୁରୀ ଜିଲ୍ଲା ବାତ୍ୟା ଦ୍ୱାରା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ବେଳେ କଣାସ ବ୍ଲକର ୨୮ଟି ପଂଚାୟତରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ପବନର ପ୍ରଳୟରେ ପାଚିଲା ଧାନ ଗଜା ମରୁଡି ହୋଇଛି । କଣାସ ବ୍ଲକର କଣାସ, ବିଜିପୁର, ଆଣ୍ଡାଳସିଂ, ସାହୁପଡା, ଗଙ୍ଗବଳଭଦ୍ରପୁର, ବକୁ, ଜାଗୁଳେଇପଦର, ଗଡିଶାଗୋଦା ପଂଚାୟତର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ଝଡ ।
ବାତ୍ୟାର ୧୫ ଦିନ ପରେ ପ୍ରଶାସନିକ ଅଧିକାରୀ କ୍ଷୟକ୍ଷତି ଅକଳନ କରି ନଥିବା ବେଳେ ଚାଷୀ ଭାଗ୍ୟକୁ ଆଦରି ସରକାରୀ ସହାୟତାକୁ ଅପେକ୍ଷା କରିଛି । ସେପଟେ କଣାସ ବ୍ଲକରେ ଧାନ ଫସଲ ସମେତ ଅନ୍ୟାନ ଫସଲ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ରିଲିଫ କୋର୍ଡ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ଲକ କୃଷି ଅଧିକାରୀ । ତେବେ ଚାଷୀଙ୍କୁ ଘାରିଛି ଦୈବ ଚିନ୍ତା । ଦୈବ ଦୁର୍ବିପାକରେ ଚାଷୀର ମେରୁଦଣ୍ଡ ଦୋହଲ୍ଲାଇ ଦେଇଥିବା ବେଳେ ଚାଷୀ କେବଳ ସରକାର ସହାୟତାକୁ ଅପେକ୍ଷା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/RUNA.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-18-17h03m04s834-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-18-17h03m01s903-300x220.png)