ଓଡିଶା ଛୁଇଁବ ମୌସୁମୀ : କଳାହାଣ୍ଡି ଜୁନାଗଡ ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର ହଜାର କ୍ୱିଂଟାଲ ଧାନ, ବିକ୍ରି ପାଇଁ ଚିନ୍ତାରେ ଚାଷୀ

147

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଂଚଳରେ କମ ଟାର୍ଗେଟ  ଯୋଗୁଁ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ଏପରିକି ମୌସୁମୀ ବର୍ଷା ହେଲେ ଚାଷୀଙ୍କ ସମସ୍ୟା ବଢିଯିବା ଆଶଙ୍କା ଥିବାରୁ ଏବେ ଚାଷୀ ଚିନ୍ତାରେ ରହିଛି ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଂଚଳର ଖୋଲା ମଣ୍ଡିର ପଡି ରହିଛି ଚାଷୀଙ୍କ ଝାଳବୁହା ପରିଶ୍ରମ । ଅମଳ ଧାନକୁ ବିକ୍ରି ପାଇଁ ଆଣି ମଣ୍ଡିରେ ହିନସ୍ତା ହେଉଛନ୍ତି ଅନ୍ନଦାତା । ଆଗକୁ ବର୍ଷା ଆସୁଥିବା ବେଳେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଧାନ । ମୌସୁମୀ ବର୍ଷା ହେଲେ ସମସ୍ୟା ବଢିବା ଆଶଙ୍କା କରି ଚାଷୀ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଜୁନାଗଡ ବ୍ଲକରେ ଗତ ମାସ ୨୨ ତାରିଖରୁ ୮ଟି ମଣ୍ଡିରେ ଧାନକିଣା ଚାଲିଛି । ତେବେ ମିଲର୍ସ ମାନଙ୍କ ଟାର୍ଗେଟ ଥିବାରୁ ଚାଷୀଙ୍କ ଧାନ ମଣ୍ଡିରେ ଗଦା ହୋଇ ରହିଛି ।

ମଣ୍ଡିରେ ଚାଷୀଙ୍କୁ ଗୁରୁତ୍ୱ ନଦେଇ ଦଲାଲଙ୍କୁ ଗୁରୁତ୍ୱ ଦିଆଯାଉଛି । ଫଳରେ ପ୍ରକୃତ ଚାଷୀଙ୍କ ଧାନ ଉଠି ନପାରି ମଣ୍ଡିରେ ପଡିରହିଥିବା ଅଭିଯୋଗ  ହୋଇଛି । ଚାଷୀଙ୍କ ଠାରୁ ଟିକସ ଆକାରରେ ନିୟନ୍ତ୍ରିତ ବଜାର ଗୋଟିଏ ଋତୁରେ ଲକ୍ଷାଧିକ ଟଙ୍କାର ଲାଭ ପାଇଥାଏ । ହେଲେ ଚାଷୀଙ୍କୁ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ତ ଦୂରର କଥା କେଉଁଠି ମଣ୍ଡି ଚାଲିଛି ଖୋଲା ଆକାଶ ତଳେ ତ ଆଉ କେଉଁଠି ରାସ୍ତା ଓ ଚାଷ ଜମିରେ ।

ବର୍ଷା ପୂର୍ବରୁ ମଣ୍ଡିରୁ ଚାଷୀଙ୍କ ଧାନ ନଉଠିଲେ ଚାଷୀଙ୍କ ସମସ୍ୟା ନିଶ୍ଚିତ ଭାବେ ବଢିଯିବ ।