ସାତକୋଶିଆରେ ବଢ଼ିଛନ୍ତି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା । ଏବର୍ଷ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ ।

58

କନକ ବ୍ୟୁରୋ:ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି ।

ଚଳିତ ବର୍ଷ ମୋଟ ୧୧୧ଟି କୁମ୍ଭୀର ଠାବ କରାଯାଇଛି, ଗତବର୍ଷ ୯୦ଟି କୁମ୍ଭୀର ଠାବ କରାଯାଇଥିଲା । ସେହିପରି ଗତ ବର୍ଷ ୬୩ଟି ପ୍ରଜାତିର ୩ ହଜାର ୮୭୮ଟି ପକ୍ଷୀ ସାତକୋଶିଆକୁ ଆସିଥିଲେ । ତେବେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୫୪୮ଟି କମ ପକ୍ଷୀ ଆସିଥିବା ଜଣାପଡିଛି । ସେହିପରି ଭିତରକନିକାରେ ମଧ୍ୟ କୁମ୍ଭୀର ସଂଖ୍ୟା ବଢିଛି । ଗତବର୍ଷ ୧୭୯୩ କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧ହଜାର ୮୧୧ରେ ପହଞ୍ଚିଛି । ଅର୍ଥାତ ଗତବର୍ଷ ଠାରୁ ଏବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଜଣାପଡ଼ିଛି । ଚଳିତମାସ ୧୦ ତାରିଖରୁ ୧୨ ତାରିଖ ଯାଏ ୩ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । କୁମ୍ଭୀର ଗଣନା ପାଇଁ ବନ୍ଦ ଥିବା ଭିତରକନିକା ଆଜିଠୁ ଖୋଲିଛି ।