ଖରସ୍ରୋତାରେ କୁମ୍ଭୀର ଆତଙ୍କ : ରସୁଲପୁର ଜୋକଡିଆ ବ୍ୟାରେଜ ନିକଟରେ ୫ ଫୁଟର କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ; ନଦୀ କୂଳକୁ ନ ଯିବାକୁ କରାଗଲା ସଚେତନ

141

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ କୁମ୍ଭୀର ଆତଙ୍କ । ଖରସ୍ରୋତା ନଦୀ ପଠାରେ ସ୍ଥାନୀୟ ଗ୍ରାମର କିଛି ପିଲା ଖେଳିବା ସମୟରେ ଏହି କୁମ୍ଭୀରକୁ ପ୍ରଥମେ ଦେଖିଥିଲେ । ପରେ ଏହି ଖବର ସ୍ଥାନୀୟ ଅଂଚଳରେ ପ୍ରଚାର ହୋଇଥିଲା । ଏହାପରେ କୁମ୍ଭୀରକୁ ଦେଖିବାକୁ ଛୁଟିଥିଲା ଲୋକଙ୍କ ଭିଡ । ଖବର ପାଇଁ ବନବିଭାଗ ପହଁଚିବା ସମୟକୁ କୁମ୍ଭୀରଟି ନଦୀ ଭିତରକୁ ଚାଲିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କୁମ୍ଭୀରଟିର ଲଂବ ପ୍ରାୟ ୫ ଫୁଟ ହେବ ।

ତେବେ କୁମ୍ଭୀରଟିକୁ କାବୁ ନକରାଯିବା ଯାଏଁ ସ୍ଥାନୀୟ ଲୋକେ ନଦୀକୁ ନଯିବା ପାଇଁ ବନବିଭାଗ ପରାମର୍ଶ ଦେଇଛି । ଏନେଇ ଡାକବାଜି ଯନ୍ତ୍ର ଜରିଆରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି । ଖରସ୍ରୋତା ନଦୀରେ ଦେଖା ଦେଇଥିବା କୁମ୍ଭୀରକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ରେଂଜର ।