ବାତ୍ୟା ଓ ବନ୍ୟାର ଭୟ ଚାଲିଯିବା ପରେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ : ନଦୀ କୂଳରେ ଦେଖିବାକୁ ମିଳିଛି କୁମ୍ଭୀର

284

କନକ ବ୍ୟୁରୋ : ବାତ୍ୟା ଓ ବନ୍ୟାର ଭୟ ଚାଲିଯିବା ପରେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ନଦୀ କୂଳରେ ଦେଖିବାକୁ ମିଳିଛି ଏକ ବିଶାଳ କୁମ୍ଭୀର । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତପୁର ନିକଟରେ ବୈତରଣୀ ନଦୀରେ ଲୋକେ ଏହି ବିଶାଳ କୁମ୍ଭୀରକୁ ଦେଖି ଛାନିଆ ହୋଇପଡିଛନ୍ତି ।

ବିଶେଷ କରି ବନ୍ୟା ପରେ ବୈତରଣୀ ନଦୀରେ ଏହି କୁମ୍ଭୀରଟି ଚାଲିଆସିଛି । ବଡକଥା ହେଉଛି ପୂର୍ବରୁ ମଧ୍ୟ ଏହି ଅଂଚଳବାସୀ ନଦୀରେ କୁମ୍ଭୀର ଦେଖିଥିବାବେଳେ, ପ୍ରାୟ ସପ୍ତାହେ ତଳେ କୟା ପଂଚାୟତରେ ଏକ ଗାଈକୁ କୁମ୍ଭୀର ଖାଇ ଦେଇଥିବା କହୁଛନ୍ତି । ଯଦି ଏହି ସତ ହୋଇଥାଏ ତେବେ ସାଂଘାତିକ । କାରଣ ନଦୀକୂଳିଆ ଲୋକଙ୍କ ପ୍ରତି ବଡ ବିପଦ ସୃଷ୍ଟି କରିପାରେ ଏହି ବିଶାଳ କୁମ୍ଭୀର ।