କନକ ବ୍ୟୁରୋ : ୩ ଦିନରେ ପହଂଚିଲା କୁମ୍ଭୀର ଉଦ୍ଧାର କାର୍ଯ୍ୟ । ପୁରୀ କେନାଲରେ ଚାଲିଛି କୁମ୍ଭୀର ଉଦ୍ଧାର କାର୍ଯ୍ୟ । ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫୁଲନଖରା ନିକଟରେ ଥିବା ପୁରୀ କେନାଲରେ ଏହି କୁମ୍ଭୀରକୁ ଦେଖିବା ପାଇଁ କେନାଲ ବନ୍ଧରେ ହଜାର ହଜାର ଲୋକଙ୍କର ଭିଡ ଜମିଛି । ବନ ବିଭାଗକୁ ବି ନାକେଦମ କଲାଣି କୁମ୍ଭୀର ।

Advertisment

କେନାଲରେ ଜାଲ ବିଛାଇ କୁମ୍ଭୀରକୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକ । କିନ୍ତୁ ୩ ଥର ଚକମା ଦେଲାଣି କୁମ୍ଭୀର । ଜାଲରେ ଧରାପଡିଲେ ବି ଖସି ଯାଉଛି । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କମ୍ଭୀରକୁ ଛାଡିଥିଲେ । କୁମ୍ଭୀରର ଗତିବିଧି ତଥା ଏହାର ପ୍ରଜନନ ସମ୍ପର୍କରେ ଜାଣିବା ପାଇଁ ଏହା ଶରୀରରେ ସାଟେଲାଇଟ ଟ୍ରାନ୍ସମିଟର ମଧ୍ୟ ଲଗାଯାଇଛି ।