କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର

ଚଳିତ ବର୍ଷ ଭିତରକନିକାରେ କୁମ୍ଭୀର ସଂଖ୍ୟା ୪୮୮କୁ ହ୍ରାସ

106

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି । କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା କୁମ୍ଭୀର ଗାଏବ ହୋଇଥିବାର ତଥ୍ୟ । ଚଳିତମାସ ୧୫ରୁ ୨୩ ତାରିଖ ଯାଏଁ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରେ ଏହା ଜଣାପଡ଼ିଛି । ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ନିଖୋଜ ଥିବା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି ।

ବର୍ଷକ ମଧ୍ୟରେ ୩୬ଟି କୁମ୍ଭୀର ମୃତ୍ୟୁ ବରଣ କରିଛନ୍ତି ନାଁ କୁମ୍ଭୀରଙ୍କୁ ଶିକାର କରାଯାଇଛି ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଗତ ୧୦ ବର୍ଷର କୁମ୍ଭୀର ରିପୋର୍ଟ ଅନୁସାରେ ପ୍ରତିବର୍ଷ ବଡ଼ କୁମ୍ଭୀର ସଂଖ୍ୟା ବଢ଼ୁଥିବା ବେଳେ ଚଳିତ ବର୍ଷ ୩୬ କୁମ୍ଭୀର ନିଖୋଜ ହେବା ସମସ୍ତଙ୍କୁ ଚକିତ କରିଦେଇଛି । ଗତବର୍ଷ ୫୨୪ କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୪୮୮କୁ ଖସି ଆସିଛି । ସବୁ ବର୍ଷ ବଡ କୁମ୍ଭୀର ସଂଖ୍ୟା ବଢି ଆସୁଥିବା ବେଳେ ହଠାତ ଚଳିତ ବର୍ଷ ୩୬ଟି ବଡ କୁମ୍ଭୀର ଗାଏବ ହୋଇଯିବା ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି ।