କନକ ବ୍ୟୁରୋ : ଜାଲ ଧରା ମାଛରେ ମାଛ ବଦଳରେ ପଡିଲା କୁମ୍ଭୀର । କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ପେଣ୍ଠପାଳ ପଞ୍ଚାୟତର କୁଳସାହି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ମାଛ ଧରିବାକୁ କୁଳସାହି ଗାଁରେ ମତ୍ସ୍ୟଜୀବୀ ଜାଲ ପକାଇଥିଲେ । ଜାଲରେ ଦୁଇଟି କୁମ୍ଭୀର ପଡିଥିବା ବେଳେ ଗୋଟିଏ କୁମ୍ଭୀର ଜାଲ ଫଟାଇ ଚାଲିଯାଇଛି । ଆଉ ଗୋଟିଏ କୁମ୍ଭୀର ଜାଲରେ ଛନ୍ଦି ହୋଇ ଧରାପଡିଛି ।

Advertisment

ଜାଲରେ ପଡିଥିବା କୁମ୍ଭୀରକୁ ମତ୍ସ୍ୟଜୀବୀ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁମ୍ଭୀର ନଦୀର ମାଛକୁ ଖାଇ ଦେଉଛି । ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ଜାଲକୁ ଫଟାଇ ଦେଉଛି । ନଈକୁ ପଶିଲେ ବିପଦ, ଅନ୍ୟପଟେ ଜାଲ ପକେଇଲେ କୁମ୍ଭୀର ଜାଲକୁ କାଟି ଦେଉଛି । କୁମ୍ଭୀର ଯୋଗୁଁ ଲୋକେ ଆତଙ୍କିତ ଥିବା ବେଳେ ମତ୍ସ୍ୟଜୀବୀଙ୍କ ପେସା ବିପଦରେ ପଡିଛି ।