କନକ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ୬୨ ବର୍ଷୀୟ ଅଭୟ ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । କୁମ୍ଭୀର ଆତଙ୍କ ନେଇ ଏବ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ୨ ମାସ ଭିତରେ ୪ଜଣଙ୍କୁ ଟାଣି ନେଲାଣି ମଣିଷଖିଆ କୁମ୍ଭୀର । ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ନଇକୂଳିଆ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।