କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ । ବଡ ଭାଇ ଆଗରୁ ସାନ ଭାଇକୁ ଟାଣିନେଲା କୁମ୍ଭୀର, ଉଦ୍ଧାରକାର୍ଯ୍ୟ ଜାରି ।

କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ । ବଡ ଭାଇ ଆଗରୁ ସାନ ଭାଇକୁ ଟାଣିନେଲା କୁମ୍ଭୀର, ଉଦ୍ଧାରକାର୍ଯ୍ୟ ଜାରି ।

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ବଡ଼ ଭାଇ ଆଖି ଆଗରେ ସାନ ଭାଇକୁ ଟାଣି ନେଲା କୁମ୍ଭୀର । ରାଜନଗର ଦକ୍ଷିଣଭେଡା ଗାଁରୁ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା । ବାଡ଼ିରେ ପାଣି ମଡ଼ାଇବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ବାଇଧର ମଳିକଙ୍କୁ ଟାଣି ନେଇଛି କୁମ୍ଭୀର । ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୂର୍ବରୁ ଅନେକ ଥର ଲୋକଙ୍କୁ କୁମ୍ଭୀର ଟାଣି ନେଇଥିବା ବେଳେ ଆଜିର ଘଟଣା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe