ଭାଈ ଆଗରେ ଭାଈକୁ ଟାଣିନେଲା କୁମ୍ଭୀର ! ଆଖି ପିଛୁଳାକେ ହୋଇଗଲା ଉଭାନ, ଗାଧେଇବାକୁ ଯାଇଥିଲେ ଦୁଇ ଭାଇ, ଫେରିଲା ଜଣେ

Advertisment
ଭାଈ ଆଗରେ ଭାଈକୁ ଟାଣିନେଲା କୁମ୍ଭୀର ! ଆଖି ପିଛୁଳାକେ ହୋଇଗଲା ଉଭାନ, ଗାଧେଇବାକୁ ଯାଇଥିଲେ ଦୁଇ ଭାଇ, ଫେରିଲା ଜଣେ

କନକ ବ୍ୟୁରୋ : ନଇକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ । ଜଣେ ଫେରିଲା, ଆଉ ଜଣେ ପଡ଼ିଗଲା କୁମ୍ଭୀର ହାବୁଡରେ । ନଈରୁ ନାବାଳକକୁ ଟାଣି ନେଲା କୁମ୍ଭୀର । ଏଭଳି ଏକ ଅଭାବନୀୟ ଘଟଣା ଘଟଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଂଚଳରେ । ଯାହା ଏବେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

publive-imageନାବାଳକକୁ ନଈରୁ ଟାଣିନେଲା କୁମ୍ଭୀର । ଭାଇ ଆଗରେ ଭାଇକୁ ଟାଣିନେଲା କୁମ୍ଭୀର । ସାନ ଭାଇ କିଛି ଭାବିବା ଆଗରୁ ଆଖି ପିଛୁଳାବେ ବଡ ଭାଇକୁ ଟାଣି ନେଇଗଲା କୁମ୍ଭୀର । ପାଣି ଭିତରେ କୁମ୍ଭୀର ସହ ମୁକାବିଲା କରିବା ପାଇଁ ନା’ ବଡ ଭାଇର ଦମ୍ଭ ଥିଲା, ନା ସାନ ଭାଇ ସାହସ ଜୁଟାଇ ପାରିଲା, କୁମ୍ଭୀର ମୁହଁରୁ ଭାଇକୁ ଛଡାଇ ଆଣିବାକୁ । ଦେଖୁ ଦେଖୁ ଆଖି ଆଗରେ ବଡ ଭାଇକୁ ନେଇ ଉଭାନ ହୋଇଗଲା କୁମ୍ଭୀର ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡିଆପାରୀ ଗାଁରେ ଘଟିଛି ଏଭଳି ଏକ ଅଘଟଣ । ସବୁ ଦିନ ଭଳି ଗାଁ ନିକଟରେ ଥିବା ହଂସୁଆ ନଦୀକୁ ଗାଧେଇବାକୁ ଯାଇଥିଲେ ବିଚିତ୍ର ସେଠୀଙ୍କ ଦୁଇ ପୁଅ । ୧୫ ବର୍ଷିୟ ଶ୍ରୀକାନ୍ତ ସେଠୀ ଠିକ୍ ଗାଧେଇବାକୁ ନଈରେ ପାଦ ଦେଲା ବେଳକୁ ସତେ ଯେମିତି ଛକି ବସିଥିଲା କୁମ୍ଭୀର । ଆଉ ହଠାତ୍ ଝାମ୍ଫି ପଡ଼ିଲା ପାଣିର ରାଜା । ଚାହୁଁ ଚାହୁଁ ପାଣି ମଝିକୁ ବଡ ଭାଇକୁ ଟାଣି ନେଇଥିଲା କୁମ୍ଭୀର ।ବଡ ଭାଇକୁ କୁମ୍ଭୀର ଟାଣି ନେବା ପରେ ଗାଁ ଲୋକଙ୍କୁ ଡାକିଥିଲେ ସାନ ଭାଇ ଚନ୍ଦ୍ରକାନ୍ତ ସେଠୀ, ହେଲେ ସେତେବେଳକୁ ଭାଇକୁ ଖୋଜିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା ।

ବଡ କଥା ହେଉଛି-ଗାଁ ପାଖରେ ଥିବା ସବୁ ଜଳ ଉତ୍ସରେ ଲୁଣୀ ପାଣି ବାହାରୁ ଥିବାରୁ ବାରଣ ସତ୍ୱେ ଗାଁ ଲୋକଙ୍କୁ ଏହି ନଈ ଉପରେ ହିଁ ନିର୍ଭରଶୀଳ ହେବାକୁ ପଡୁଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି, ନା ପ୍ରଶାସନର ନିଦ ଭାଙ୍ଗୁଛି ନା ଏନେଇ କୌଣସି ପଦକ୍ଷେପ ନିଆଯାଉଛି । ବରଂ ଅଧିକାଂଶ ସମୟରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଉଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe