କନକ ବ୍ୟୁରୋ: ମାତିଛି ମଣିଷଖିଆ ମଗର । ନଦୀରେ ଲୁଚି ରହୁଛି, ଯାହାକୁ ଦେଖୁଛି ଟାଣି ନେଉଛି । କେନ୍ଦ୍ରାପଡ଼ା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀରେ ମଇଁଷି ଚରାଇବା ପାଇଁ ଯାଇଥିବା ବେଳେ ରାଜପୁର ଗାଁର ଅଭୟ ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ୨ ମାସ ଭିତରେ ୪ଜଣଙ୍କୁ ଟାଣି ନେଲାଣି ମଣିଷଖିଆ କୁମ୍ଭୀର । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ନଇକୂଳିଆ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।