କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପାଇଁ କ’ଣ ରହିଛି ମାନଦଣ୍ଡ? ନଜର ପକାନ୍ତୁ କିଛି ପଏଣ୍ଟ ଉପରେ ।

157

କନକ ବ୍ୟୁରୋ: କଂଗ୍ରେସ ଟିକେଟ ଆବେଦନର ଆଜି ଶେଷ ଦିନ । ଶେଷ ଖବର ସୁଦ୍ଧା ୧୪୭ ବିଧାନସଭା ଆସନ ପାଇଁ ୨୫ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ସେହିପରି ଲୋକସଭା ଟିକେଟ ପାଇଁ ୫୦୦ରୁ ଅଧିକ ଆଶାୟୀ ଅନଲାଇନରେ ଆବେଦନ କରିଥିବା ସୂଚନା ମିଳିଛି । ଟିକେଟ ପାଇଁ ଦଳର ବରିଷ୍ଠ ନେତାଙ୍କ ସମେତ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଡାକ୍ତର ଓ ଇଂଜିନିୟର ଆବେଦନ କରିଥିବା ପିସିସି ସଭାପତି କହିଛନ୍ତି । ଗତକାଲି ରାଜ୍ୟ ଅତିଥୀ ଭବନରେ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇବା ପାଇଁ ଆଶାୟୀଙ୍କ ଲାଗି କଣ ସବୁ ସର୍ବନିମ୍ନ ମାନଦଣ୍ଡ ରଖାଯାଇଛି । ଆସନ୍ତୁ ନଜର ପକାଇବା ।
କାହାକୁ ମିଳିବ କଂଗ୍ରେସ ଟିକେଟ୍?
– ପ୍ରାର୍ଥୀଙ୍କ ଫେସବୁକ୍ ଓ ଟ୍ୱିଟର ଆକାଉଣ୍ଟ ଥିବା ନିହାତି ଆବଶ୍ୟକ
– ପ୍ରତି ବ୍ଲକରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିବେ
– ଏଥିରେ ଅତିକମରେ ୫ ଶହ ଜଣ ବ୍ୟକ୍ତି ଯୋଡ଼ି ହେବେ
– ନିଜ ଅଂଚଳରେ ଏକ ୱାରରୁମ୍ ପ୍ରତିଷ୍ଠା କରିବେ
– ପ୍ରତି ବ୍ଲକରେ ବିଜେଡି-ବିଜେପି ବାହାଘର କରିବେ
– ବିଜେଡି-ବିଜେପି ବାହାଘରର ଭିଡିଓ ପଠାଇବେ
– ପ୍ରତି ବ୍ଲକରେ ଗୋଟିଏ ରାଉଣ୍ଡ ବୁଲିବା ସହ କଂଗ୍ରେସ ପତାକା ଲଗାଇବେ
– ଅଶାୟୀ ନିଜ ନିର୍ବାଚନ ମଣ୍ଡଳୀରେ ଅତିକମ୍ରେ ୧୦ଟି ହୋଡିଂ ଲଗାଇବେ
– ଆସନ୍ତା ୧୭ ତାରିଖ ସୁଦ୍ଧା ଏସବୁ କାମ ଶେଷ ହେବା ଆବଶ୍ୟକ
– ୧୮ ତାରିଖ ପରଠୁ ଏସବୁର ସମୀକ୍ଷା କରାଯିବ