ପାକିସ୍ତାନରେ ସଙ୍କଟ: ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍

369

କନକ ବ୍ୟୁରୋ: ପାକିସ୍ତାନରେ ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଅଧିକ ଶୋଚନୀୟ ହୋଇପଡ଼ିଛି । ଖାଦ୍ୟ ସଙ୍କଟ ପରେ ଏବେ ତୈଳ ସଙ୍କଟର ସାମ୍ନା କରିଛି ପାକିସ୍ତାନ । ଏବେ ପାକିସ୍ତାନରେ ଇନ୍ଧନ ଶେଷ ହୋଇଥିବାବେଳେ ଦୀର୍ଘ ସମୟ ପାଇଁ ଯୁଦ୍ଧାଭ୍ୟାସ ରଦ୍ଦ କରାଯାଇଛି । ପୂର୍ବରୁ ଖାଦ୍ୟ ସଙ୍କଟ ଯଥା ଅଟା ପାଇଁ ପାକିସ୍ତାନରେ କାଙ୍ଗାଳ ସ୍ଥିତି ଦେଖିବାକୁ ମିଳିଥିବାବେଳେ ଏବେ ପାକିସ୍ତାନରେ ତୈଳ ଓ ଇନ୍ଧନର ଅଭାବ ଦେଖାଦେଇଛି । ଫଳରେ ପାକିସ୍ତାନ ସେନାଙ୍କ ଯୁଦ୍ଧ ଅଭ୍ୟାସ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବାର ସୂଚନା ରହିଛି । ପାକିସ୍ତାନର ଶୋଚନୀୟ ସ୍ଥିତିକୁକୁ ଦୃଷ୍ଟିରେ ରଖି ପାକିସ୍ତାନ ସେନା ଏପରି ପଦକ୍ଷେପ ନେବାକୁ ସ୍ଥିର କରିଛି । ଗୋଟିଏ ପଟେ ପାକିସ୍ତାନର କାଙ୍ଗାଳ ସ୍ଥିତି ଚିନ୍ତା ସୃଷ୍ଟି କରିଥିବାବେଳେ ସେନା ଅଭ୍ୟାସରେ ତୈଳ ଓ ଇନ୍ଧନର ଅଭାବ ବାଧା ସୃଷ୍ଟି କରିଛି ।