କନକ ବ୍ୟୁରୋ: ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ଉପରେ ଏକ ସ୍ୱତନ୍ତ୍ର ବିଲ ଆଗତ କରିବାର ସୂଚନା ରହିଛି । ଏହି ବିଲର ନାଁ ‘ କ୍ରିପ୍ଟୋକରେନ୍ସି ଆଣ୍ଡ୍ ଅଫିସିଆଲ ଡିଜିଟାଲ କରେନ୍ସି ବିଲ- ୨୦୨୧’ ରଖାଯାଇଛି । ଦେଶର ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ଏହି ବିଲର ଉଦ୍ଦେଶ୍ୟ । ଏଭଳି ସ୍ଥିତିରେ ଯଦି ସଂସଦରେ ଏହି ବିଲକୁ ମଂଜୁରି ମିଳେ ତେବେ ବିଟ୍ କଏନ ପରି କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ସୃଷ୍ଟି ହୋଇପାରେ ବଡ ସମସ୍ୟା ।
ଅନ୍ୟପଟେ, ‘କ୍ରିପ୍ଟୋକରେନ୍ସି ଆଣ୍ଡ୍ ରେଗୁଲେସନ୍ ଅଫ୍ ଅଫିସିଆଲ ଡିଜିଟାଲ କରେନ୍ସି ବିଲ -୨୦୨୧’ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହେବାକୁ ଥିବା ସରକାରୀ ଡିଜିଟାଲ ମୁଦ୍ରା ସୃଷ୍ଟି ପାଇଁ ଏକ ନୂଆ ଢାଞ୍ଚା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/20-33.jpg)