କନକ ବ୍ୟୁରୋ: କୋଲକାତାରେ ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ ଭାର ଗ୍ରହଣ କରିଛି ସିବିଆଇ । କୋଲକାତାର କ୍ରାଇମବ୍ରାଞ୍ଚଠୁ ତଦନ୍ତର କାଗଜପତ୍ର ନେଇଛି ସିବିଆଇ ଟିମ୍ । କୋଲକାତା ହାଇକୋର୍ଟ ପୋଲିସଠୁ ମାମଲା ପ୍ରତ୍ୟାହାର କରି ସିବିଆଇକୁ ହସ୍ତାନ୍ତର କରିବା ପରେ ସିବିଆଇ ମାମଲର ତଦନ୍ତ ଆରମ୍ଭ କରିଛି । ଦୁସ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଛି । ଅଟୋପସି ରିପୋର୍ଟରୁ ଏହି ମାମଲାରେ ଜଣେରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ବୋଲି ଆରଜି କର ହସ୍ପିଟାଲର ଡାକ୍ତର ଗୋସ୍ୱାମୀ କହିଛନ୍ତି । ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନର ପରୀକ୍ଷା ପରେ ପରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଛି ।

Advertisment

ମାମଲାର ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇବା ସହ ୫ ଦିନ ପରେ ମଧ୍ୟ ବିଶେଷ ଅଗ୍ରଗତି ହୋଇନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏଭଳି ଧାରା ଜାରି ରହିଲେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ସମସ୍ୟା ଉପୁଜିବ। ତେଣୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବାକୁ ମମତା ସରକାର ଚେଷ୍ଟା କରୁଥିବା କହିଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ।