ଜଣେ ଆଇପିଏସ୍ ଅଫିସଙ୍କ କାହାଣୀ । ଖେଳକୁଦ କରିବା ବୟସରେ ବନିଯାଇଥିଲେ କୋଟିପତି

133

ରବି ମୋହନ ସୋନି, ଇଏ ଏଭଳି ଜଣେ ବ୍ୟକ୍ତିଙ୍କ ନାଁ ଯାହାକୁ ଶୁଣିଲେ ଥରି ଉଠନ୍ତି ବଡ ବଡ କୁଖ୍ୟାତ ଅପରାଧୀ । ଯିଏ ଦଶମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ବି ନିଜର କୋଟିପତି ହେବାର ସ୍ୱପ୍ନକୁ ପୂରା କରି ଦେଖାଇଥିଲେ । କେବଳ ଏତିକିରେ ସରିଯାଇନି ରବି ସୋନିଙ୍କ ସଫଳତାର କାହାଣୀ, ତାଙ୍କ ବିସୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଏବଂ କାହିଁକି ବଡ ବଡ ଅପରାଧୀ ତାଙ୍କର ନାଁ ଶୁଣିଲେ ଥରିଉଠନ୍ତି ।
ରାଜସ୍ଥାନର ଅଲବର ଜିଲ୍ଲାର ରବିମୋହନ ସୋନି ହେଉଛନ୍ତି ଜଣେ ଆଇପିଏସ ଅଧିକାରୀ । ଏବେ ସେ ଗୁଜୁରାଟର ପୋରବନ୍ଦରରେ ପୋଲିସ ଅଧ୍ୟକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ରବି ସୋନିଙ୍କ ବାପା ଜଣେ ନୌସେନାର ରିଟାୟର୍ଡ ଅଫିସର । ତେଣୁ ରବି ସୋନିଙ୍କ ସ୍କୁଲ କ୍ୟାରିୟର ଆନ୍ଧ୍ରପ୍ରଦେଶ ଭିଶାଖାପଟ୍ଟଣା ସ୍ଥିତ ନୌସେନା ପବ୍ଲିକ୍ ସ୍କୁଲରେ ଶେଷ ହୋଇଛି । ଏହା ସହିତ ରବି ଏକାଡେମି କ୍ୟାରିୟରରେ ବି ଟପର ରହିସାରିଛନ୍ତି । ଯୁକ୍ତ ୨ ପରେ ରବି ସୋନି ଜୟପୁରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜରେ ଏମବିବିଏସ୍ କରିଛନ୍ତି । ଏମବିବିଏସ୍ ସରିବା ପରେ ଇଣ୍ଟନସିପ୍ କରୁଥିବା ସମୟରେ ସିଭିଲ ସର୍ଭିସରେ ତାଙ୍କୁ ଚୟନ କରାଗଲା । ତେବେ ସେ ୨୦୧୨ରେ ପ୍ରଥମ ଥର ପାଇଁ ୟୁପିଏସସି ପରୀକ୍ଷା ଦେଇଥିଲେ । ପ୍ରଥମ ଥର ବିଫଳ ହେବା ପରେ ୨୦୧୩ରେ ପୁଣି ୟୁପିଏସସି ପରୀକ୍ଷା ଦେଇଥିଲେ ଏବଂ ଡାକ ବିଭାଗରେ ଆକାଉଣ୍ଟସ୍ ଏବଂ ଫାଇନାନ୍ସ ସର୍ଭିସ ପାଇଁ ଚୟନ ହୋଇଥିଲେ । ୨୦୧୪ରେ ପୁଣିଥରେ ୟୁପିଏସସି ପରୀକ୍ଷା ଦେଇ ଭାରତରେ ୪୬୧ ନମ୍ବର ର୍ୟାଙ୍କ ହସଲ କରି ଆଇପିଏସ ଅଫିସର ହୋଇଥିଲେ ।
କେବିସିରେ ଜିତିଥିଲେ ୧କୋଟି
ଯେଉଁ ବୟସରେ ପିଲା ଖେଳକୁଦରେ ମନଦେଇଥାନ୍ତି । ସେହି ବୟସରେ ରବି କୋଟିପତି ହେବାର ସ୍ୱପ୍ନକୁ ସାକାର କରି ଦେଖାଇଥିଲେ । ୨୦୦୧ ମସିହାରେ ‘କନ ବନେଗା କରୋଡ ପତି’ ସୋ’ରେ ଭାଗ ନେଇ ୧କୋଟି ଟଙ୍କା ଜିତିଥିଲେ । ଅମିତାଭ୍ ବଚ୍ଚନ ପଚାରିଥିବା ସମସ୍ତ ୧୫ଟି ପ୍ରଶ୍ନର ଉତ୍ତର ଦେଉ ବିଜେତା ହୋଇଥିଲେ ।
ରବି ମୋହନ ସୋନି କ୍ୟାରିୟରେ ଯେଉଁଭଳି ସଫଳତା ଆଣିଛନ୍ତି । ସେହିଫଳି ଆଇପିଏସ କ୍ୟାରିୟରରେ ବି ତାଙ୍କର ଜଲୱା ଦେଖାଇଛନ୍ତି । ସେ ଅନେକ ବଡ ବଡ କେସର ଦାୟିତ୍ୱ ନେଇ ସମାଧାନ କରିବା ସହ କୁଖ୍ୟାତ ଅପରାଧୀଙ୍କୁ ଜେଲର ଚାରି କାନ୍ଥ ମଧ୍ୟରେ ପହଞ୍ଚାଇ ମଜା ଚଖାଇଛନ୍ତି ।