କନକ ବ୍ୟୁରୋ: ପିପିଲିର କଂଟିନିଚିଠାରେ ପୁଲିସ୍ ଏନକାଉଂଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛି । ସର୍ବେଶ୍ୱରର ବାମ ଗୋଡ଼ରେ ବାଜିଛି ପୁଲିସ୍ ଗୁଳି । ତା ଠାରୁ ପିସ୍ତଲ, ଗୁଳି ଓ ଗାଡ଼ି ଜବତ କରିଛି ପୁଲିସ୍ । ପୁରୀର ପୂର୍ବତନ କାଉନସିଲଂକୁ ଗୁଳିମାଡ଼ ଘଟଣାରେ ସର୍ବେଶ୍ୱର ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ତେବେ ତାର ଜଣେ ସହଯୋଗୀ ଫେରାର ହୋଇ ଯାଇଛି ।
ସୂଚନା ମୁତାବକ, ଗତକାଲି ରାତିରେ ପୁରୀ ଜିଲ୍ଲା ପିପିଲି ଥାନାରେ ଅଞ୍ଚଳରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତାଙ୍କ ନାମ ସର୍ବେଶ୍ୱର ବେହେରା(୩୩ ବର୍ଷ) ଓ ଘର ପୁରୀ ଜିଲ୍ଲା ବାସେଳି ସାହି ଥାନା ଅଞ୍ଚଳରେ । ସର୍ବେଶ୍ୱର ପୂର୍ବରୁ ପୁଲିସ ବିଭାଗରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ । ଏହି ଗୃହରକ୍ଷୀ ଭାବେ କାର୍ଯ୍ୟ କରିବା ସମୟରେ ପୁରୀ ଜିଲ୍ଲାକୁ ଚୋରା ବନ୍ଧୁକ କାରବାରର ମୁଖ୍ୟ କାର୍ପଟଦାର ସାଜିଥିଲେ ସର୍ବେଶ୍ୱର । ସର୍ବେଶ୍ୱରଙ୍କ ନାମରେ ବିଭିନ୍ନ ଅପରାଧୀକ ମାମଲା ଥିବା ବେଳେ ନିକଟରେ ପୁରୀ ପୌରପରିଷଦର କାଉନସିଲର ସତ୍ୟଭାମା ବେହେରାଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ମଧ୍ୟ ସର୍ବେଶ୍ୱର ସମ୍ପୃକ୍ତ ଥିବା ପୁଲିସ କହିଛି।
ତେବେ ନିଜର ଅପରାଧିକ ମାମଲା ପୁଲିସ ନଜରକୁ ସିବା ପରେ ସର୍ବେଶ୍ୱର ଫେରାର ହୋଇ ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସର୍ବେଶ୍ୱର ନିଜର ଜଣେ ସହଯୋଗୀଙ୍କ ସହିତ ଆସୁଥିବା ସୂଚନା ପାଇ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସର୍ବେଶ୍ୱର ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତାକୁ ପାଲଟା ଆକ୍ରମଣ କରିଥିଲା। ଏଥିରେ ସର୍ବେଶ୍ୱରର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ସର୍ବେଶ୍ୱରଙ୍କ ଠାରୁ ପୁଲିସ ଗୋଟିଏ ବନ୍ଧୁକ, ଗୁଳି, ବାଇକ ଓ ମୋବାଇଲ ଫୋନ ଜବତ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-26-at-9.23.20-AM.png)
/kanak/media/post_attachments/wp-content/uploads/2018/05/3-26-300x172.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-26-at-9.23.11-AM-300x220.png)