କନକ ବ୍ୟୁରୋ : ଅପରାଧୀଙ୍କୁ ଅପରାଧ ରାସ୍ତାରୁ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ପୋଲିସର ନିଆରା ଉଦ୍ୟମ । ଅପରାଧରୁ ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ଆରମ୍ଭ କରିଛି ଏହି ପ୍ରୟାସ । ବ୍ରହ୍ମପୁର ସହରର ସମସ୍ତ ଥାନାରେ ଗୁଣ୍ଡା ପରେଡର ଆୟୋଜନ କରିଥିଲା ପୁଲିସ । ଯେଉଁ ଅଭିଯୁକ୍ତମାନେ ଅପରାଧିକ ମାମଲାରେ ଯୋଡ଼ି ହୋଇ ରହିଛନ୍ତି । ସେମାନଙ୍କୁ ଥାନାକୁ ଡ଼ାକି କ୍ରାଇମରୁ କିଭଳି ଦୂରରେ ରହିବେ ଓ ସମାଜର ମୁଖ୍ୟସ୍ରୋତକୁ ଫେରିବେ ସଚେତନ କରାଯାଇଥିଲା ।
ଆଜି ସହରର ୮୬ ଜଣ ଅପରାଧୀ ଏଥିରେ ଏହି ପରେଡରେ ସାମିଲ ହୋଇଥିଲେ । ସହରର ସମସ୍ତ ଥାନାରେ ଏହି ପରେଡ କରାଯାଇଥିଲା । ଯେଉଁମାନେ ବେଲ ପାଇ ବାହାରେ ଅଛନ୍ତି ସେହିମାନଙ୍କୁ ଡକାଯାଇ ପୋଲିସ ପକ୍ଷରୁ ପରେଡ କରାଯାଇଛି । ପ୍ରତି ସପ୍ତାହରେ ଏହି ପରେଡ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରାଧୀ ମାନେ ଅପରାଧରୁ ନିବୃତ ରହି କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ଏକ ଭିନ୍ନ ପ୍ରୟାସ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-15-21h08m02s180.png)