ଯଦି ଆପଣ କାହାକୁ ଦେଖି ନେବି ବୋଲି ଧମକ୍ ଦିଅନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏଣିକି ଏଭଳି ଧମକ ଚମକ ଦେଲେ ମିଳିବ ଦଣ୍ଡ । ଏପରିକି ଏଭଳି ମନ୍ତବ୍ୟ ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବା ସହିତ ଜେଲର ହାୱା ମଧ୍ୟ ଖାଇବାକୁ ପଡିପାରେ । ଭାରତୀୟ ଦଣ୍ଡ ସଂହିତା ଅର୍ଥାତ୍ ଆଇପିିସିର ଧାରା ୫୦୩ ଅନୁସାରେ କାହାକୁ ଦେଖିନେବି ଭଳି ଧମକ ଦେବା ଆଇନ ଦୃଷ୍ଟିରୁ ଅପରାଧ ଅଟେ । ଏଭଳି କହିବା ଦ୍ୱାରା ଆଇପିସିର ଧାରା ୫୦୬ ଅନୁସାରେ ଦୁଇ ବର୍ଷରୁ ଆରମ୍ଭ କରି ୭ ବର୍ଷ କାଳ ଜେଲ ଦଣ୍ଡାଦେଶର ପ୍ରୋଭିଜନ ରହିଥିଲା ।

Advertisment

ଯଦି ଆପଣ କୌଣସି ବ୍ୟକ୍ତିର ଶରୀର, ସମ୍ମାନ ତଥା ସଂପତିକୁ କ୍ଷତି ପହଂଚାଇବାକୁ ଧମକ ଦିଅନ୍ତି । ତେବେ ଏଥିପାଇଁ ଆପଣଙ୍କୁ ଦୁଇ ବର୍ଷା କାଳ ଜେଲ ଦଣ୍ଡାଦେଶ ହୋଇପାରେ । ଏଥି ସହିତ ହିଁ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲାଗିପାରେ । ଏହାଛଡା ଯଦି ଆପଣ କାହାକୁ ଜୀବନରୁ ମାରି ଦେବାକୁ କିମ୍ବା ନିଆଁ ଲଗାଇ କାହାର ସଂପତିକୁ ନଷ୍ଟ କରିଦେବାକୁ କିମ୍ବା କୌଣସି ମହିଳାଙ୍କର ଚରିତ୍ର ଉପରେ ଆଙ୍ଗୁଳି ଉଠାଇଲା ଭଳି ଧମକ ଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ ୭ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ ।

ଆଇପିସିର ଧାରା ୫୦୬ ଅନୁସାରେ, ଯଦି କୌଣସି ବ୍ୟକ୍ତି ଏଭଳି ଅପରାଧ କରିବାକୁ ଧମକ ଦିଅନ୍ତି , ଯିଏକି ମୃତ୍ୟୁ ତଥା ଆଜୀବନ କାରାଦଣ୍ଡ ତଥା କିମ୍ବା ୭ ବର୍ଷ କାଳ ଜେଲଦେଶରେ ଅଛନ୍ତି ତେବେ ବି ଧମକ ଦେଇଥିବା ବ୍ୟକ୍ତିଙ୍କୁ ୭ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । ଏଥିସହିତ ଏଭଳି ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଜରିମାନା ଲଗାଯିବ । ତେବେ କାହାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ତଥା ଅଭଦ୍ର ଭଷା ପ୍ରୟୋଗ କରିବା କିମ୍ବା ଗାଳି ଦେବାକୁ ଧମକ ବୋଲି ଗ୍ରହଣ କରାଯାଇ ନପାରେ ।

ତେବେ ନିକଟରେ ଏକ ମାମଲାର ଶୁଣାଣୀ କରି ମାନାବ୍ୟର ସୁପ୍ରିମ କୋର୍ଟ କହିଥିଲେ କି, କେବଳ ଖରାପ ଭାଷାରେ ଗାଳି ଗୁଲଜ କରିବାକୁ ଧମକ କୁହାଯାଇ ପାରିବନି । କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି କିମ୍ବା ତାଙ୍କ ପାଇଁ ଅଭଦ୍ର ଭାଷା ପ୍ରୟୋଗ କରନ୍ତି ତେବେ ଆଇପିସିର ଧାରା ୫୦୬ ଅନୁସାରେ ତାକୁ ଦଣ୍ଡିତ କରାଯାଇ ନପାରେ । କିନ୍ତୁ ଯଦି ଗାଳି ଦେବା ଏବଂ ଅଭଦ୍ର ଭାଷାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଆଇପିସିର ବାକି ଧାରାଗୁଡିକ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।