କେନ୍ଦ୍ରାପଡାରେ ଏନକାଂଉଟର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ମୋଜାମିଲ ଓରଫ ଲାଲା ଆହତ, କଟକ ଏସସିବି ସ୍ଥାନାନ୍ତର

Advertisment
କେନ୍ଦ୍ରାପଡାରେ ଏନକାଂଉଟର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ମୋଜାମିଲ ଓରଫ ଲାଲା ଆହତ, କଟକ ଏସସିବି ସ୍ଥାନାନ୍ତର

କନକ ବ୍ୟୁରୋ : କେନ୍ଦ୍ରାପଡା ପୋଲିସର ଏନକାଉଂଟର । ପୋଲିସ ଗୁଳିରେ ଲାଲା ଆହତ । କେନ୍ଦ୍ରାପଡା ଅଳାବାଙ୍କ ଛକଠାରେ ହୋଇଛି ଏହି ଏନକାଉଂଟର । ପୋଲିସ ଗୁଳିରେ ଅପରାଧୀ ଶେଖ ମୋଜାମିଲ ଓରଫ ଲାଲା ଆହତ ହୋଇଛି । ଲାଲାର ଗୋଡରେ ଗୁଳି ବାଜିଛି । ପ୍ରଥମେ ତାକୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଲାଲାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡା ସଦର ଥାନା ପୋଲିସ ସହ ସ୍ପେଶାଲ ସ୍କ୍ୱାଡର ମିଳିତ ଅପରେସନ ବେଳେ ଏହି ଏନକାଉଂଟର ହୋଇଛି । ୨୦୧୬ରେ ଶ୍ରୀଧର ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ ମୋଜାମିଲ ନାଁରେ ୧୫ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ଶେଖ ଲାଲା ତାର ଜଣେ ସହଯୋଗୀଙ୍କ ସହିତ କେନ୍ଦ୍ରାପଡ଼ାର ପାରାଦୀପ- ଚଣ୍ଡିଖୋଲ ରାସ୍ତାର ଅଁଳାବାଙ୍କ ନିକଟରେ ଯାଉଥିବା ବେଳେ ସ୍ପେସାଲ ସ୍କ୍ଵାଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଶେଖ ଲାଲା ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସେକ ଲାଲାର ଡାହାଣ ଗୋଡ଼ରେ ବାଜିବାରୁ ସେ ସେହିଠାରେ ପଡ଼ି ଯାଇଥିଲା ଓ ସ୍ପେସାଲ ସ୍କ୍ଵାଡ ତାଙ୍କୁ କାବୁ କରି ନେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe