ଏଡିଆର ରିପୋର୍ଟରେ ବଡ ଖୁଲାସା: ୧୫ ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା, ୩୬ ପ୍ରତିଶତ ହେଉଛନ୍ତି କୋଟିପତି

76

କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ମୋଟ୍ ୫୯ ଆସନରେ ପଡିବ ଭୋଟ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅନେକ ଦିଗଜଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ଏସବୁ ମଧ୍ୟରେ ଫୋକସରେ ରହିବ ପଶ୍ଚିମବଂଗର ୯ ଆସନ । ଗତ ନିର୍ବାଚନରେ ଶେଷ ପର୍ଯ୍ୟୟ ନିର୍ବାଚନରେ ୩୨ ଆସନ ଜିତିଥିବା ବିଜେପି ଏଥର ୫୯ ରୁ କେତେ ଆସନ ଦଖଲ କରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ଭୋଟ ପଡିବା ପୂର୍ବରୁ ପ୍ରକାଶ ପାଇଛି ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫମର୍ସ ତଥା ଏଡିଆର ରିପୋର୍ଟ । ଏହି ରିପୋର୍ଟ ମୁତାବକ, ୨୦୧୯ରେ ଲୋକସଭା ନିର୍ବାଚନ ଲଢୁଥିବା ୭୧୬ ଜଣ ମହିଳା ପ୍ରାର୍ଥୀ ମଧ୍ୟରୁ ୧୦୦ ଜଣ(୧୫ ପ୍ରତିଶତ) କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଥିମଧ୍ୟରୁ ୭୮ ଜଣ (୧୧ପ୍ରତିଶତ) କହିଛନ୍ତି କି ସେମାନଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ରିପୋର୍ଟ ଅନୁସାରେ, ଏଥିରେ କଂଗ୍ରେସର ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ(୨୬ପ୍ରତିଶତ), ବିଜେପିର ୫ର୍ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ (୩୪ପ୍ରତିଶତ), ବିଏସପିର ୨୪ ମଧ୍ୟରୁ ୨ ଜଣ (୮ପ୍ରତିଶତ),ତୃଣମୂଳର ୨୩ରୁ ୬(୨୬ ପ୍ରତିଶତ)ଏବଂ ୨୨୨ ନିର୍ଦଳୀୟ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୨୨(୧୦ ପ୍ରତିଶତ) ନିଜ ସତ୍ୟପାଠରେ ସେମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ଥିବା ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଏଥିରେ କଂଗ୍ରେସର ୫୪ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୦ ଜଣ (୧୯ପ୍ରତିଶତ),ବିଜେପିର ୫୩ରୁ ୧୩ଜଣ (୨୫ ପ୍ରତିଶତ), ବିଏସପିର ୨୪ରୁ ୨ (ପ୍ରତିଶତ), ତୃମମୂଳର ୨୩ ରୁ ୪ଜଣ (୧୭ ପ୍ରତିଶତ) ଏବଂ ୨୨୨ ନିର୍ଦ୍ଦଳୀୟ ମହିଳା ପ୍ରାର୍ଥୀଙ୍କ ଭିତରେ ୨୧ ଜଣ (୧୦ ପ୍ରତିଶତ) ସେମାନଙ୍କ ନିଜ ବିରୋଧରେ ଥିବା ଗୁରୁତର ଅପରାଧିକ ମାମଲା ଥିବା ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ରଖିଛନ୍ତି । ସେହିଭଳି ନ୍ୟାସନାଲ ଇଲେକ୍ସନ ୱାଚ ଏବଂ ଏନଡିଆର ପକ୍ଷରୁ ୭୨୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୭୧୬ ଜଣ ସତ୍ୟପାଠର ବିଶ୍ଳେଷଣ କରିଛି । ରିପୋର୍ଟରେ କୁହାଯାଇଛି କି ୭୮ (୧୧ ପ୍ରତିଶତ) ମହିଳା ପ୍ରାର୍ଥୀ କହିଛନ୍ତି କି, ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ଜଘଣ୍ୟ ଅପରାଧିକ ମାମଲା ରହିଛି ।

ଏଡିଆର ରିପୋର୍ଟରେ ଆହୁରୀ ମଧ୍ୟ ଉଲ୍ଲେଖ ରହିଛ କି,, ଯେଉଁ ୭୧୬ ମହିଳା ପ୍ରାର୍ଥଙ୍କ ସତ୍ୟପାଠର ବିଶ୍ଳେଷଣ କରାଯାଇଛି, ସେମାନଙ୍କ ମଧ୍ୟରୁ ୨୫୫ (୩୬ପ୍ରତିଶତ) ପ୍ରାର୍ଥୀ ହେଉଛନ୍ତି କୋଟିପତି । ରିପୋର୍ଟ ଅନୁସାରେ, କଂଗ୍ରେସର ୫୪ ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୪୪ (୮୨ ପ୍ରତିଶତ), ବିଜେପିର ୫୩ରୁ ୪୪(୮୩ପ୍ରତିଶତ), ବିଏସପିର ୨୪ରୁ ୯(୩୮ପ୍ରତିଶତ),ତୃୃଣମୂଳର ୨୩ରୁ ୧୫(୬୫ପ୍ରତିଶତ)ଏବଂ ୨୨୨ନିର୍ଦ୍ଦଳୀୟ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୪୩(୧୯ପ୍ରତିଶତ) ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠରେ କୋଟିଏରୁ ଅଧିକ ସଂପତି ଥିବା ତଥ୍ୟ ଦେଇଛନ୍ତି ।