ଖୋଲିବ ଆକାଶ ପାଠକଙ୍କ ଟାଟା ମୋଟର୍ସ ଠକେଇ ମାମଲାର ରହସ୍ୟ: ଖୋଳତାଡ ପାଇଁ ବ୍ରହ୍ମପୁରରେ କ୍ରାଇଂମବ୍ରାଂଚ ଟିମ୍; କିଛି ଲୋକଙ୍କୁ ପଚରାଉଚରା ସୂଚନା

261

କନକ ବ୍ୟୁରୋ: ଖୋଲିବ ପାଠକଙ୍କ ଠକେଇର ରହସ୍ୟ । ଟାଟା ମୋଟର୍ସରେ ଚାକିରୀ ଦେବା ନାଁରେ ଠକେଇ ଘଟଣାର ଖୋଲତାଡ ଲାଗି ବ୍ରହ୍ମପୁରରେ ପଂହଚିଛି କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଂଚର ଜଣେ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଏହି ଟିମ ବ୍ରହ୍ମପୁର ଆସିଛି । ଏହି ଟିମ୍ ପ୍ରଥମେ ଦକ୍ଷିଣାଂଚଳ ରେଞ୍ଜ ଡିଆଇଜିଙ୍କ ଅଫିସରେ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଗୋପନ ବୈଠକ କରିଛି । ତଦନ୍ତର ପ୍ରଥମ ପର୍ଯ୍ୟାୟରେ ଏହି ଟିମ୍ ଗୋପାଳପୁର ଟାଟା ଥଇଥାନ କଲୋନିର ୨ ଜଣଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି ।

କଳାଧନର କୁବେର ଅଭୟକାନ୍ତ ପାଠକଙ୍କୁ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେଇ ଗୋପାଳପୁର ନିର୍ବାଚନମଣ୍ଡଳୀର କିଛି ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା । ଆବଶ୍ୟକ ପଡିଲେ ସେମାନଙ୍କୁ ପୁଣିଥରେ ପଚରାଉଚରା ହୋଇପାରେ । ଆଜି ଏହି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । କ୍ରାଇମବ୍ରାଂଚ ଟିମ୍ ଟାଟା ମୋଟର୍ସରେ ଚାକିରୀ ଦେବା ନାଁରେ ଠକେଇ ଘଟଣା ଓ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କର ଖୋଳତାଡ କରିବ । ଏହି ଘଟଣାରେ ପାଠକଙ୍କ ସହିତ ବନ୍ଧୁ ବାନ୍ଧିବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକାକୁ ନେଇ ବି ଅନେକ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ତାଙ୍କର କିଛି ଅନୁଗତଙ୍କୁ ବି ବ୍ରହ୍ମପୁର ପୁଲିସ ପଚରାଉଚରା କରିବା ପରେ ଛାଡିଦେଇଛି ।