କନକ ବ୍ୟୁରୋ : ମାନସ ହତ୍ୟା ମାମଲାରେ ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ ଭଦ୍ରକ ଏସପି ଅଫିସରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ମାନସ ହତ୍ୟା ମାମଲା ନେଇ ଏସପିଙ୍କ ସହ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଛନ୍ତି ।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲା ନେଇ ଗତକାଲି ପ୍ରେସମିଟ୍ କରିଥିଲେ କ୍ରାଇବ୍ରାଞ୍ଚ ଏଡିଜି ସଂଜିବ ପଣ୍ଡା । ପ୍ରେସମିଟ୍ ଜରିଆରେ ସୂଚନା ଦେଇ କହିଥିଲେ, ମାନସ ହତ୍ୟା ମାମଲାର ତଦନ୍ତ ଭାର ସମ୍ଭାଳିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ୨ଟି ଟିମ୍ ଗଠନ କରାଯାଇଛି, ଗୋଟିଏ ଟିମ୍ ମାନସ ହତ୍ୟା ମାମଲାର ତଦନ୍ତ କରିବେ । ଅନ୍ୟ ଏକ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିବା ଦିଗରେ ସାହାର୍ଯ୍ୟ କରିବେ । ଏହାସହିତ କ୍ରାଇମବ୍ରାଞ୍ଚ ଏଡିଜି ସଂଜିବ ପଣ୍ଡା ସୂଚନା ଦେଇଥିଲେ କି, ଶର୍ମିଷ୍ଠା ରାଜ୍ୟ ବାହାରକୁ ଫେରାର ହୋଇଯାଇଛନ୍ତି । ତେଣୁ ତାଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଏକ ଟିମ୍ ଗଠନ କରାଯାଇଛି ।