ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅନୁମତି ଦେଲେ କୋର୍ଟ ।

100

କନକ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା । ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ । ଶର୍ମିଷ୍ଠାଙ୍କୁ କାଲିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତେବେ ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ଚାନ୍ଦବାଲି ଜେଏମଏଫସି ।

ଶର୍ମିଷ୍ଠାଙ୍କ ସମେତ ଅନ୍ୟ ୪ଜଣଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଶର୍ମିଷ୍ଠା, ଝୁନା ଭୋଇ, ନିରଞ୍ଜନ, ରଞ୍ଜନ ରିମାଣ୍ଡରେ ଯିବେ । ତେବେ ଏହି ସମସ୍ତେ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ।

ପୁଲିସକୁ ଚକମା ଦେଇ ଫେରାର ଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ମହିଳା ସହଯୋଗୀ ଆଜି ପୁଲିସ ହାତରେ ଧରାପଡିଛନ୍ତି । ଭଦ୍ରକ ନଳାଙ୍ଗ ଠାରୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଓ ଭଦ୍ରକ ପୁଲିସ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଶର୍ମିଷ୍ଠା ଗିରଫ ପରେ ମାନସ ସ୍ୱାଇଁ ହତ୍ୟା ମାମଲାରୁ ପରଦା ହଟିବ ବୋଲି ଆଶା କରାଯାଉଛି । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣି ଚିପରେ କଣ ଥିଲା, ମାନସକୁ କାହିଁକି ଓ କେମିତି ହତ୍ୟା କରିଥିଲେ, ସେସବୁର ରହସ୍ୟ ଭେଦ କରିବାକୁ ଉଦ୍ୟମ କରିବ ।