କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ଼ ଧରଣର ସଫଳତା ମିଳିଛି । ଖୋର୍ଦ୍ଧା ଚନ୍ଦକା ଅଞ୍ଚଳରେ ଚଢ଼ାଉ ବେଳେ ଏସଟିଏଫ ହାତରେ ଲାଗିଛି ସଫଳତା । ଦୁଇଟି ପିସ୍ତଲ ଏବଂ ୫ଟି ରିଭଲବର ଏବଂ ଗୋଟିଏ ସିଙ୍ଗଲ ବ୍ୟାରେଲ ବନ୍ଧୁକ ଜବତ କରିଛି କ୍ରାଇବ୍ରାଞ୍ଚ ଏସଟିଏଫ । ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ।
ତେବେ ଜବତ ଅସ୍ତ୍ରଶସ୍ତ୍ର ବାହାରୁ ଆସିଥାଇପାରେ ତେଣୁ ଏହାକୁ ନେଇ ତଦନ୍ତ କରାଯିବ । ଅନେକ ଅପରାଧରେ ବେଆଇନ୍ ଅସ୍ତଶସ୍ତ୍ର ବ୍ୟବହାର ହୋଇଥାଏ । ସେଥିପାଇଁ ଗିରଫ ଅପରାଧିଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣକ ନାଁ ରାକେଶ ହୋଇଥିବାବେଳେ ଅନ୍ୟ ଜଣକ ନାଁ ବିକାଶ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/16-20.jpg)