କନକ ବ୍ୟୁରୋ: ପଞ୍ଜାବର ଲୁଧିଆନାରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ଭାରତକୁ ବିବାହ କରିବାକୁ ଆସିଥିବା ପ୍ରବାସୀ ଭାରତୀୟ ମହିଳାଙ୍କ ମିଳିଲା ପୋଡ଼ାଜଳା ମୃତଦେହ । ଷ୍ଟୋର ରୁମରୁ ମିଳିଛି ମହିଳାଙ୍କ ଅଧା ପୋଡ଼ା ଶବ । ତେବେ ଏହି ହତ୍ୟା ଘଟଣା ଯେତକି ଆଶ୍ଚର୍ଯ୍ୟଜନକ ଏହା ପଛର କାରଣ ମଧ୍ୟ ଆପଣଙ୍କୁ ସେତିକି ଚମକାଇଦେବ । ମହିଳାଙ୍କ ସମ୍ପତ୍ତିକୁ ଆତ୍ମସାତ କରିବାକୁ ତାଙ୍କୁ ହତ୍ୟା କରାଯାଇଛି । ସବୁଠୁ ବଡ କଥା ହେଉଛି ଯାହାଙ୍କୁ ବିବାହ କରିବାକୁ ପ୍ରବାସୀ ମହିଳା ଆମେରିକାକୁ ପଞ୍ଜାବ ଆସିଥିଲେ ସେ ସଇତାନ ହିଁ ରଚିଥିଲା ହତ୍ୟା ଷଡଯନ୍ତ୍ର । ମାମଲାରେ ସୁଖଜିତ ନାମକ ବ୍ୟକ୍ତିଙ୍କୁ ଗିରଫ ପରେ ପୁଲିସ ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିଛି ।
ପୁଲିସ କହିଛି ଯେ ସୋନୁ ଚରଣଜିତ ଗ୍ରେୱାଲଙ୍କ ନିର୍ଦ୍ଦେଶରେ ଏହି ହତ୍ୟା କରିଥିଲେ, ଯାହା ପାଇଁ ୫୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଛି । ସୂଚନା ଅନୁସାରେ ୬୯ ବର୍ଷ ବୟସର ପ୍ରବାସୀ ଭାରତୀୟ ମହିଳା ଆମେରିକାରୁ ପଞ୍ଜାବ ଆସିଥିଲେ । ୭୫ବର୍ଷ ବୟସର ଚରଣଜିତ ସିଂ ଗ୍ରେୱାଲଙ୍କୁ ବିବାହ କରିଥାନ୍ତେ । କିନ୍ତୁ ବାହାଘରର ଠିକ ଦିନକ ପୂର୍ବରୁ ହଠାତ ମହିଳା ନିଖୋଜ ହୋଇଯାଇଥିଲେ । ଘର ଲୋକ ରୂପିନ୍ଦର କୌରଙ୍କ କୌଣସି ଖବର ନପାଇବାକରୁ ଆମେରିକା ଦୂତାବାସକୁ ଜଣାଇଥଲେ । ଭାରତ ସହ ଯୋଗାଯୋଗ କରାଯିବା ପରେ ପଞ୍ଜାବ ପୁଲିସ ମାମଲା ରୁଜୁ କରି ଛାନଭିନ କରିଥିଲା । ତେବେ ଲୁଧିଆନା ମୂଳ ବାସିନ୍ଦା ଚରଣଜିତ ସିଂ ଗ୍ରେୱାଲ ଲଣ୍ଡନରେ ବ୍ୟବସାୟ କରନ୍ତି । ମହିଳାଙ୍କ ସମ୍ପତ୍ତି ପାଇବାକୁ ବିବାହ ଯୋଜନା କରି ଭାରତ ଡକାଇଥିଲେ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ପୋଡ଼ା ଶବକୁ ନଳାରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ ।