କନକ ବ୍ୟୁରୋ: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ଯାତ୍ରୀବାହୀ ବସରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ମହିଳା । ସୂଚନା ପାଇ ମହିଳା ଗ୍ୟାଙ୍ଗକୁ ଠାବ କରିଛି କୋଟିନାଡ଼ା ପୁଲିସ୍ । ଯାତ୍ରୀବାହୀ ବସରୁ ୬୩ କିଲୋ ଗଞ୍ଜେଇ ଜବତ କରି କନ୍ଧମାଳ ଜିଲ୍ଲାର ୫ ମହିଳା ଓ ଜଣେ ପୁରୁଷକୁ ଗିରଫ କରିଛି କୋଟିନଡା ପୁଲିସ ।
ପୁଲିସ୍ ସୂଚନା ମୁତାବକ ବସରେ ଗଞ୍ଜେଇ ଯାଉଥିବାର ଖବର ପାଇଥିଲା । ଏହାପରେ ଆସିକାରୁ କୋଦଳା ଯାଉଥିବା ବସକୁ କଲେଜ ଛକ ଠାରେ ଅଟକାଇଥିଲେ ଏବଂ ସେଥିରୁ ଗଞ୍ଜେଇ ଗ୍ୟାଙ୍ଗଠୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ୍ ।
ପୂର୍ବରୁ ମଧ୍ୟ ଗଞ୍ଜେଇ ଚାଲାଣ ରାକେଟ୍ରେ ସୁନ୍ଦରୀ ମହିଳାଙ୍କ ସମ୍ପୃକ୍ତି ଖବର ସାମ୍ନାକୁ ଆସିଥିଲା । ୨୦୨୧ରେ ୩ ଜଣ ମହିଳା ମାଫିଆଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିର୍ଗୁଣ୍ତି ରେଳ ଷ୍ଟେସନ୍ ନିକଟରୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ୧ କ୍ବିଣ୍ଟାଲ ୫ କେଜି ଓଜନର ଗଞ୍ଜେଇ ଜବତ ହୋଇଥିଲା । ଉକ୍ତ ମହିଳା ମାଫିଆମାନେ ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଥିଲା । ଏମାନେ ସମସ୍ତେ ନିଜ ନିଜ ସ୍ବାମୀଙ୍କ ସହିତ ବିବାହ ବିଚ୍ଛେଦ କରିବା ପରେ ଏଭଳି ମାଫିଆଗିରି ଆରମ୍ଭ କରି ଦେଇଥିଲେ । କିନ୍ତୁ ମାଟ୍ରିକ ଫେଲ୍ ଏହି ମହିଳାମାନେ ଏଭଳି ଅନ୍ତଃରାଜ୍ୟ ମାଫିଆ କାରବାରରେ ନିୟୋଜିତ ହେବା ଖବର ସେତେବେଳେ ଚାଞ୍ଚଲ୍ୟ ଖେଳାଇଥିଲା । ୨୦୧୮ରୁ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଓ ବ୍ରାଉନ୍ସୁଗାର ମାମଲାରେ ମୋଟ ୨୦ରୁ ଅଧିକ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/01/06-2025-08-01-16-09-03.jpg)