ବାଘଛାଲ ରାକେଟ୍‌ରେ ତାନ୍ତ୍ରିକ ଓ ଶିକ୍ଷକ, ତାନ୍ତ୍ରିକର ମୋବାଇଲ୍‌ରେ ଫଟୋକୁ ନେଇ ଚର୍ଚ୍ଚା

ଜବତ ବାଘଛାଲକୁ ରଖି ରାକେଟ୍‌ରେ ସମ୍ପୃକ୍ତ ୭ ଜଣଙ୍କୁ ସାମ୍ନାକୁ ଆଣିଛି ବିଭାଗ । ଆଶ୍ଚର୍ଯ୍ୟର କଥା ହେଉଛି, ଏମାନଙ୍କ ଭିତରେ ଅଛନ୍ତି ଜଣେ ତାନ୍ତ୍ରିକ ଓ ଶିକ୍ଷକ । ଚର୍ଚ୍ଚା ହେଉଛି ତାନ୍ତ୍ରିକର ମୋବାଇଲରେ ଅଛି ଶତାଧିକ ଯୁବତୀ, ମହିଳାଙ୍କ ଅଶ୍ଳୀଳ ଫଟୋ । ଯାହାକୁ ଜବତ କରି ଫରେନସିକ୍‌ ଯାଞ୍ଚ ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି ।

Tantrika

Photograph: (kanaknews)

କନକ ବ୍ୟୁରୋ : ୧୬ ତାରିଖର ଘଟଣା... ବାରିପଦା ବନ ବିଭାଗର ଚଢ଼ାଉ ବେଳେ ସାମ୍ନାକୁ ଆସିଲା ସାଂଘାତିକ ଦୃଶ୍ୟ । ଜବତ ବାଘଛାଲକୁ ରଖି ରାକେଟ୍‌ରେ ସମ୍ପୃକ୍ତ ୭ ଜଣଙ୍କୁ ସାମ୍ନାକୁ ଆଣିଛି ବିଭାଗ । ଆଶ୍ଚର୍ଯ୍ୟର କଥା ହେଉଛି, ଏମାନଙ୍କ ଭିତରେ ଅଛନ୍ତି ଜଣେ ତାନ୍ତ୍ରିକ ଓ ଶିକ୍ଷକ । ଚର୍ଚ୍ଚା ହେଉଛି ତାନ୍ତ୍ରିକର ମୋବାଇଲରେ ଅଛି ଶତାଧିକ ଯୁବତୀ, ମହିଳାଙ୍କ ଅଶ୍ଳୀଳ ଫଟୋ । ଯାହାକୁ ଜବତ କରି ଫରେନସିକ୍‌ ଯାଞ୍ଚ ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି । ରିପୋର୍ଟ ଆସିବା ପରେ ହେଉଥିବା ଚର୍ଚ୍ଚା ଉପରୁ ପରଦା ହଟିବ । ତେବେ ବାରିପଦା ଏସିଏଫ୍‌ କହିଛନ୍ତି, ତାନ୍ତ୍ରିକର ଘରୁ ଅନେକ ସନ୍ଦେହଜନକ ସାମଗ୍ରୀ ଜବତ ହୋଇଛି, କିନ୍ତୁ ମହିଳାଙ୍କୁ ଯୌନଶୋଷଣ ଭଳି କୌଣସି ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । 

କୁହାଯାଉଛି ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳାଙ୍କୁ ତନ୍ତ୍ର ସାଧନାରେ ନିୟୋଜିତ କରିଥିଲା । ଆଉ ସରକାରୀ ସ୍କୁଲର ଶିକ୍ଷକ ମନୋରଞ୍ଜନ ଟିପିରିଆ ତାଙ୍କୁ ମହିଳା ଯୋଗାଉଥିଲେ । ଧନପ୍ରାପ୍ତି ଲାଗି ବାଘଛାଲ ରଖି ପୂଜାର୍ଚ୍ଚନା କରୁଥିଲା ତାନ୍ତ୍ରିକ ଜଣକ । ଯେଉଁଥିପାଇଁ ଗତ ବୁଧବାର ବାଘଛାଲ ଡିଲ୍‌ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଘଟଣାର ସତ୍ୟାସତ୍ୟ ଜାଣିବାକୁ ଆମେ ତାନ୍ତ୍ରିକ ଓ ଶିକ୍ଷକଙ୍କ ଗାଁରେ ପହଞ୍ଚିଥିଲୁ । ଉଭୟ ତନ୍ତ୍ର ସାଧନା ଓ ବାଘଛାଲ ରାକେଟ୍‌ରେ ଦୁହିଁଙ୍କ ସମ୍ପୃକ୍ତିକୁ କେହି ବିଶ୍ୱାସ କରିପାରିନଥିଲେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଉଥିବା ଅଭିଯୋଗ ସତ ହୋଇଥିଲେ ସାଙ୍ଘାତିକ । ତେଣୁ ସ୍ଥାନୀୟ ପୁଲିସ ମାମଲା ରୁଜୁ କରି ଘଟଣା ଉପରୁ ପରଦା ହଟାଇବା ଜରୁରୀ ହୋଇପଡ଼ିଛି । ବନ ବିଭାଗ ଜବତ କରିଥିବା ମୋବାଇଲ ଫୋନ୍‌ରେ ହିଁ ସବୁ ରହସ୍ୟ ଲୁଚିରହିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe