କନକ ବ୍ୟୁରୋ : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଉଠୁଛି ପଡ଼ୁଛି ସାରା ରାଜ୍ୟ । ସମ୍ପୃକ୍ତ ଛାତ୍ରୀଙ୍କୁ ବିଭାଗୀୟ ଏଚ୍ଓଡିଙ୍କ ନିର୍ଯାତନା ଅଭିଯୋଗ ପରେ କଲେଜରେ ବସିଥିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ବୈଠକ । ତେବେ କଲେଜ ପ୍ରିନ୍ସିପାଲଙ୍କୁ ଆଇସିସି କ’ଣ ସୁପାରିଶ କରିଥିଲା, ତାର ଏକ୍ସକ୍ଲୁସିଭ୍ ତଥ୍ୟ ଲାଗିଛି କନକ ନ୍ୟୁଜ ପାଖରେ ।
ଏଫ୍ଏମ୍ କଲେଜର ଆଇସିସି କ’ଣ କରିଥିଲା ସୁପାରିସ ?
କଲେଜ ଅଧ୍ୟକ୍ଷଙ୍କୁ ସୁପାରିସ୍ କରିଥିଲା ଆଇସିସି । କନକ ନ୍ୟୁଜ୍ ହାତରେ ଲାଗିଛି EXCLUSIVE କପି । ପାଠପଢ଼ାକୁ ପ୍ରଭାବିତ ନକରି ଛାତ୍ରଛାତ୍ରୀ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି କରିବେ । ଅତିରିକ୍ତ ପାଠ୍ୟକ୍ରମରେ ଯୋଗଦେଲେ ଏଚ୍ଓଡିଙ୍କୁ ଜଣାଇବା ବାଧ୍ୟତାମୂଳକ। ସମସ୍ତ ବୃତ୍ତିଗତ ପାଠ୍ୟକ୍ରମରେ ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହିବ । ନଚେତ୍ ଏହା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କକୁ ପ୍ରଭାବିତ କରିବ । ବିଭାଗୀୟ ମୁଖ୍ୟମାନଙ୍କୁ ନିୟମିତ ବ୍ୟବଧାନରେ ବଦଳି କରାଯିବ । କୌଣସି ପ୍ରକାର ବିବାଦୀୟ ସ୍ଥିତିକୁ ଏଡ଼ାଇବା ପାଇଁ ବଦଳିବେ ବିଭାଗୀୟ ମୁଖ୍ୟ । ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ଭଲଭାବେ ବୁଝାଇ ଦିଆଯିବ । ଏଥିପାଇଁ କାଉନ୍ସେଲିଂ କ୍ଲାସର ଆୟୋଜନ କରାଯିବ । କାଉନ୍ସେଲିଂ କ୍ଲାସରେ ଅଭିଭାବକ ଉପସ୍ଥିତ ରହିବେ । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଥିଲା । ଏହା କଲେଜର ଗରିମା ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବ । ଏହା କଲେଜ ଅଧ୍ୟାପକଙ୍କ ଗରିମା ରକ୍ଷା କରିପାରିବ । ଯେଉଁମାନେ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ନିରନ୍ତର କାମ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/18/exclusive-report-2025-07-18-19-12-05.jpg)