କନକ ବ୍ୟୁରୋ : ସୁନ୍ଦରଗଡ଼ ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଗୋଦାମ ମାଲିକ ଗିରଫ । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ଶ୍ରବଣ ଅଗ୍ରୱାଲଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ଏସ୍‌ଆଇଟି । ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରାଯାଉଛି । ଜବତ ଗାଡ଼ିରେ ଭର୍ତ୍ତିଥିବା ବିସ୍ଫୋରକର କାଗଜପତ୍ର ନଥିବା ଜଣାପଡ଼ିଛି । 

Advertisment

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କିଲେ କି ଦୁଇ କିଲୋ ନୁହଁ, ୫ ହଜାର କେଜି ବା ୫ ଟନ୍ ବିସ୍ଫୋରକ ଲୁଟିଥିଲେ ମାଓବାଦୀ । ସ୍ଥାନୀୟ ପୁଲିସ ସହିତ, ଏନଆଇଏ, ଆଇବି ଏବଂ ଏସଆଇଟି ଏହାର ତଦନ୍ତ କରୁଛନ୍ତି । ଏପରି କି ଘଟଣାର ଟିକନିଖି ସ୍ଥିତି ଉପରେ ନଜର ରଖିଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ଗତକାଲି ମାଓବାଦୀ ଲୁଟ୍ କରିଥିବା ବଳକା ବିସ୍ଫୋରକକୁ ପୁଣି ଜବତ କରିଥିଲା ସୁରକ୍ଷା ବାହିନୀ । ଗତକାଲି ପାଖାପାଖି ଅଢେଇ ଟନ୍‌ର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ସୁରକ୍ଷା ବାହିନୀର ଯାଞ୍ଚ ପରେ ଗାଡ଼ିରୁ ବିପୁଳ ପରିମାଣର ଡି ଟୋନେଟର ଜବତ କରିଥିଲା ରଘୁନାଥପାଲି ପୁଲିସ ।