କନକ ବ୍ୟୁରୋ : ବିଜୟାୱାଡାରେ ବୟଫ୍ରେଣ୍ଡ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ବିରିୟାନିରେ ଦେଲା ୨୦ଟି ନିଦ ବଟିକା । ପରକିୟା ପ୍ରୀତି ଯୋଗୁ ଜଣେ ମହିଳା ତାଙ୍କ ବୟଫ୍ରେଣ୍ଡ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିବା ପରି ଚାଞ୍ଚଲ୍ୟକର ଘଟଣା ବିଜୟୱାଡାରେ ସାମ୍‌ନାକୁ ଆସିଛି । ଡୁଗ୍ଗିରାଲା ମଣ୍ଡଳର ଚିଲୁଭୁର ଗାଁର ଜଣେ ପିଆଜ ବ୍ୟବସାୟୀ ଲୋକମ୍‌ ଶିବନାଗରାଜୁଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ : ସମ୍ୱଲପୁର ବିଶ୍ବବିଦ୍ୟାଳୟର ବ୍ରହ୍ମପୁତ୍ର ହଷ୍ଟେଲ୍‌ରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ : ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଶିବନାଗରାଜୁ ୨୦୦୭ ମସିହାରେ ଲକ୍ଷ୍ମୀ ମାଧୁରୀକୁ ବିବାହ କରିଥିଲେ । ଦମ୍ପତିଙ୍କର ଦୁଇ ଜଣ ପୁଅ ଅଛନ୍ତି । ମାଧୁରୀ ବିଜୟୱାଡାର ଏକ ସିନେମା ଟିକେଟ କାଉଣ୍ଟରରେ କାମ କରୁଥିବାବେଳେ ଗୋପୀ ନାମକ ଜଣେ ବ୍ୟକ୍ତି ସହିତ ତା’ର ସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ ଶିବନାଗରାଜୁଙ୍କୁ ରାସ୍ତାରୁ ହଟେଇବାକୁ ଯୋଜନା କରିଥିଲେ । ଜାନୁଆରି ୧୮ ତାରିଖ ରାତିରେ ମାଧୁରୀ ସ୍ୱାମୀଙ୍କୁ ଖାଇବାକୁ ଦେଇଥିବା ବିରିୟାନିରେ ପାଖାପାଖି ୨୦ଟି ନିଦ ବଟିକା ମିଶାଇ ଦେଇଥିବା ପୁଲିସ କହିଛି । ଶିବନାଗରାଜୁ ଅଚେତ ହୋଇଯିବାରୁ ଗୋପୀ ମାଧୁରୀଙ୍କ ଘରକୁ ଆସିଥିଲା । ଗୋପୀ ଅଚେତ ଶିବନାଗରାଜୁଙ୍କ ଛାତି ଉପରେ ବସି ରହିଥିବାବେଳେ ମାଧୁରୀ ତାଙ୍କ ମୁହଁରେ ତକିଆ ମାଡ଼ି ଧରିଥିଲା ।