ନିଶା ସାଜୁଛି ସମାଜ ପାଇଁ କାଳ : ନାର୍କୋଟିକ୍ସ ଆଣ୍ଟି ଟାସ୍କ ଫୋର୍ସ ଜାତୀୟ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦବୋଧନ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ରାଜ୍ୟସ୍ତରୀୟ ନାର୍କୋଟିକ୍ସ ଆଣ୍ଟି ଟାସ୍କଫୋର୍ସ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେବେ। ଏହି ସମ୍ମିଳନୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଆୟୋଜିତ ହେଉଛି, ଯାହାର ମୁଖ୍ୟ ବିଷୟବସ୍ତୁ ହେଉଛି ‘ସଂଯୁକ୍ତ ସଂକଳ୍ପ, ମିଳିତ ଦାୟିତ୍ୱ’। 

16

କନକ ବ୍ୟୁରୋ: ନିଶାଦ୍ରବ୍ୟ ଅପବ୍ୟବହାର କେବଳ ଆମର ଶାରୀରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଆମର ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ନିଶା ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିପାରେ । ଏହା ବିରୁଦ୍ଧରେ ଲଢ଼ିବା ପାଇଁ ଏକ ପଦକ୍ଷେପ ନେଇ, କେନ୍ଦ୍ର ସରକାର ଆଉ ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ରାଜ୍ୟସ୍ତରୀୟ ନାର୍କୋଟିକ୍ସ ଆଣ୍ଟି ଟାସ୍କଫୋର୍ସ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେବେ। ଏହି ସମ୍ମିଳନୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଆୟୋଜିତ ହେଉଛି, ଯାହାର ମୁଖ୍ୟ ବିଷୟବସ୍ତୁ ହେଉଛି ‘ସଂଯୁକ୍ତ ସଂକଳ୍ପ, ମିଳିତ ଦାୟିତ୍ୱ’। 

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସାରା ଦେଶରୁ ନିଶା ନିବାରଣ ବିରୁଦ୍ଧରେ ସମନ୍ୱିତ ଏବଂ ଠୋସ୍ ରଣନୀତି ପ୍ରସ୍ତୁତ କରିବା । ନିଶାରୁ ଆମ ଯୁବପିଢ଼ିଙ୍କୁ ବଂଚାଇବାକୁ ପଡ଼ିବ, ଆମର ସମସ୍ୟା, ଯୋଉଠୁ ଡ୍ରଗ୍ସ ଆସେ ଆମର ଦୁର୍ଭାଗ୍ୟ ସେହି ଦେଶ ଆମର ପଡୋଶୀ । ସମୟ ଆସିଛି ଆମେ ଲଢିବା, ଡ୍ରଗ୍ସ ଯୋଗୁଁ କାହାର ଜୀବନ ନ ଯାଉ । ପ୍ଲାନିଂ, ମିଟିଂ ସବୁ ଚାଲିଛି, ସବୁ ପ୍ରୟାସ ଚାଲିଛି ଆମକୁ ସଫଳତା ମଧ୍ୟ ମିଳିଛି ହେଲେ ଏବେ ସମୟ ଆକ୍ସନ ସହ ରଣନୀତି ବଦଳାଇବାର । ଡ୍ରଗସ୍ ବ୍ୟାପାରରେ ଛୋଟ ବେପାରୀଙ୍କୁ ମଧ୍ୟ ଧରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe